ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ବରୀ,(ଚୈତନ୍ୟ ଜେନା) : ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ କାର୍ଯକ୍ରମ ଆଜି କନକ ଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିବିଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବରୀ ପୁର୍ବତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦଳେଇ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ପଂଚାୟତ ହାଇ ସ୍କୁଲ, ରାମପୁରର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନା, ସମ୍ମାନିତ ଅତିଥି ଭାବେ ରବିନ୍ଦ୍ର କୁମାର ପତି, ଖଗେଶ୍ବର ନାୟକ, ନିକୁଞ୍ଜ ବିହାରୀ ସମଲ, ଅଜୟ କୁମାର ସାମଲ, ବନ୍ଦନା ପଣ୍ଡା, ନୃସିଂହ ଚରଣ ଧଳ,ଶିଶିର କୁମାର ମଲ୍ଲିକ, ପ୍ରମୁଖ ଯୋଗଦେଇଥିଲେ। ବରୀ ବ୍ଲକର ସମସ୍ତ ସାଧନ କେନ୍ଦ୍ରରୁ ବିଭନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ନିଜର କୃତିତ୍ୱ ପ୍ରତିପାଦନ କରିଥିଲେ। ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାକୁ ପରିଦର୍ଶନ କରିବା ସହ ଛାତ୍ର/ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ରର ସଂଯୋଜକ ଅଜୟ ସାମଲ, ସହକାରି ଶିକ୍ଷକ ଦିପ୍ତିମୟି ଦସ, ତ୍ରିଲୋଚନ ଭୂୟାଁ, ଜ୍ୟୋତିର୍ମୟୀ ମାଝି, ଆଦିତ୍ୟ ନାରାୟଣ ଶତପଥି, ଲକ୍ଷ୍ମୀଧର ହେଶା, ରଶ୍ମିତା ମଲିକ, ଲକ୍ଷ୍ମୀଧର ଖଟୁଆ, ଦେବସ୍ମିତା ମହାନ୍ତି ଓ ଚୌଧୁରୀ ଗୋପବନ୍ଧୁ ଦାସ, ବେବିନା ମଲିକ, ଝରଣା ମଲିକ ସବିତା ବେହେରା, ଚିରସ୍ମିତା ନାଥ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ