ବାଲିକପିଳେଶ୍ୱର ମଣ୍ଡଳ ନୟାହାଟ ମଣ୍ଡଳର କାର୍ଯ୍ୟକର୍ତ୍ତା ବୈଠକ
କୋଣାର୍କ (ଓ୍ବାଇଏନଏସ): ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି କାକଟପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ତଥା କାର୍ଯ୍ୟକାରିଣୀ ବୈଠକ କୋଣାର୍କ ୧୦ନଂ ୱାର୍ଡ ଅନ୍ତର୍ଗତ ରାଣୀହାଟସାହିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ନୟାହାଟ ମଣ୍ଡଳ ପୂର୍ବତନ ସଭାପତି ଦିନକୃଷ୍ଣ ମହାନ୍ତିଙ୍କ ସଭାପତିତ୍ବରେ ବାଲିକପିଳେଶ୍ୱର ମଣ୍ଡଳ ସଭାପତି ଦିଲୀପ ପ୍ରଧାନ, ନୟାହାଟ ମଣ୍ଡଳ ସଭାପତି ରକ୍ତୋପାଳ ନାୟକ, ସମ୍ପାଦକ ଶିବରାମ ପ୍ରଧାନ, ନୟାହାଟ ମଣ୍ଡଳ ପ୍ରଭାରୀ ରଞ୍ଜିତ ରାଉତରାୟ , ବାଲିକପିଳେଶ୍ୱର ମଣ୍ଡଳ ପ୍ରଭାରୀ ରାଜଲକ୍ଷ୍ମୀ ଦାସ, ସିମିଳି ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ସ୍ବାଇଁ , ବନାଖଣ୍ଡି ସରପଞ୍ଚ ଜଳନ୍ଧର ବେହେରା ଓ ଇଶାଣପୁର ସରପଞ୍ଚ ବସନ୍ତ ପାଳ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଗୋପ ବ୍ଲକ ଅଧୀନ ବାଲିକପିଳେଶ୍ୱର ଓ ନୟାହାଟ ମଣ୍ଡଳ ଅନ୍ତର୍ଗତ ୧୪ଟି ଗ୍ରାମ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେନେଇ କର୍ମୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ । ସେହିପରି ଭାବେ ବଉଲାଙ୍ଗ ପଞ୍ଚାୟତ ପ୍ରମୁଖ ପ୍ରଭଞ୍ଜନ ଦାସ, ମହଲପଡ଼ା ପଞ୍ଚାୟତ ପ୍ରମୁଖ ଗଣେଶ ବିଶ୍ୱାଳ, ବାଲିକପିଳେଶ୍ୱର ମଣ୍ଡଳ ଉପସଭାପତି ନିରଞ୍ଜନ ସ୍ୱାଇଁ , ସମ୍ପାଦକ ପ୍ରଶାନ୍ତ ସାହୁ, ସତ୍ୟ ବାରାଳ , ଶକ୍ତିକେନ୍ଦ୍ର ପ୍ରମୁଖ ଅଶୋକ କୁମାର ସ୍ୱାଇଁ ଏବଂ ପୁରୀ ଜିଲ୍ଲା ଆଇଟି ସେଲ୍ କୋଡିନେଟର ତଥା ଯୁବ ସଭାପତି ତୋଫାନ ପାଣ୍ଡିଆ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ସ୍ଥିତି, ଦଳୀୟ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମତ ବିନିମୟ କରିଥିଲେ । ଏହି ବୈଠକରେ ୧୪ ଟି ଗ୍ରାମ ପଞ୍ଚାୟତର ପ୍ରମୁଖ ଓ ସହ ପ୍ରମୁଖ, ବୁଥ୍ ସଭାପତି, ଉଭୟ ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି ଓ ଯୁବ ମୋର୍ଚ୍ଚା ସଭାପତିଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।


