ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ମାଲକାନଗିରି (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧିନ ସୋମନାଥ ପୁର ବିଟ ଏମ ଭି ୫୩ ଗ୍ରାମ ନିକଟରେ କିଛି ବୁଲା କୁକୁର ଏକ ବଜ୍ରକାପ୍ତା କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗ୍ରାମବାସୀ ବାଲିମେଳା ରେଞ୍ଜର ଲିସପିତ କଂହର ଙ୍କୁ ଯୋଜଯୋଗ କରିଥିଲେ ,ଏହି ଖବର ପାଇଁ ବାଲିମେଳା ବନାଞ୍ଚଳ ରେଞ୍ଜର ଲିପିସିତ କଂହର ତୁରନ୍ତ ଏକ ଟିମ ଗଠନ କରି ଘଟଣା ସ୍ଥଳ କୁ ଯାଇ ବଜ୍ରକାପ୍ତା ଟିକୁ ଉଦ୍ଧାର କରିଥିଲେ, ବୁଲା କୁକୁର ଙ୍କ ଆକ୍ରମଣ ର ଶିକାର ବଜ୍ରକାପ୍ତା ଟିକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏ ସି ଏଫ ,ବଜ୍ରକାପ୍ତା ଟି ସୁସ୍ଥ ହେବ ପରେ ସୁରକ୍ଷିତ ସ୍ଥାନ ରେ ଛଡ଼ାଯିବ । ଏହି ମାମଲା ରେ ଏକ ୟୁଡି ମାମଲା ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଜାରି ରହିଛି।


