କୃଷିଭିତ୍ତିକ ପର୍ବ ବାଲିଯାତ୍ରା: ପୂଜକ ନିଆଁରେ ଚାଲିଲେ, କଣ୍ଟାଦୋଳିରେ ଝୁଲିଲେ

ରାମନାଗୁଡା(ୱାଇଏନଏସ).ରାୟଗଡା ଜିଲ୍ଲା ରାମନାଗୁଡା ଗୋସାଇଁ ବ୍ଲକ ଗୁଲୁମୁଣ୍ଡା ପଂଚାୟତ ସଦର ମହକୁମାଠାରେ କୃଷିଭିତ୍ତକପର୍ବ ବାଲିଯାତ୍ରା ତଥା ମାଁ ମଝିଘରିଆଣୀ ଏକ ଦିନିଆ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଶୁକ୍ଳଭୋଗ ସହିତ କୁକୁଡା,ଛେଳି ବଳିଦେଇ ପୂଜାର୍ଚ୍ଚନା କରାଯାଇଛି।ପୂଜକ ନିଆଁରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲିଛନ୍ତି।  ମାଁ ମଝିଘରିଆଣୀଙ୍କ ଖଣ୍ଡା ଧରି ପୂଜକ ଗ୍ରାମ ପରିକ୍ରମା କରିଥିଲେ।ଆଜିର ଏହି ବାଲିଯାତ୍ରା ରେ ପୂଜକଭାବେ କୋଲନରାର ଶିବେଶ୍ବର ନେମାଲପୁରୀ, ରାଜକୁମାର ହୁଇକା, ବେଣୁଧର କଣ୍ଡାଗରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ପରିଚାଳନା କମିଟିର ବରିଷ୍ଠ ନାଗରିକ ଗୋବିନ୍ଦ ସେନାପତି,ରାମାରାଓ ପାଲକା,ବିଶିକେଶନ ରଥ,ଭାସ୍କରରଥ,ମାଧବ ସେନାପତି,ସମ୍ବିତ ସେନାପତି,ପଦ୍ମନ ସେନାପତି,ଡମ୍ବରୁଧର ସେନାପତି, ଦୁର୍ଗାପ୍ରସାଦ ମିଶ୍ର,ସନ୍ତୋଷ ତ୍ରିପାଠୀ, ନିଖୋଲ ରଥ,ସାହିଲ ରଥ ପ୍ରମୁଖ ସହଯୋଗ କରିଥିଲେ।ପରିଚାଳନା ଭାର ବିଶ୍ବନାଥ ସେନାପତି ତୁଲାଇଥିଲେ।ଦୀର୍ଘ ୪୫ବର୍ଷହେଲା ଯାତ୍ରା ପାଳିତ ହୋଇଆସୁଛି। ପୂର୍ବରୁ ପୂଜକ କେବଳ ନିଆଁ ଉପରେ ଚାଲୁଥିଲେ।ଏବେ କିନ୍ତୁ ଆଧୁନିକ ଢାଞ୍ଚାରେ ଯାତ୍ରା ପାଳିତ ହେଉଛି।ପର୍ବପର୍ବାଣି ଧୂରେ ଧୂରେ ଲୋପପାଇ ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏଠାରେ ଏହି ପରମ୍ପରା  ବଞ୍ଚିକି ରହିଛି। ବିଶେଷକରି ନିଆଁରେ ପୂଜକ ଚାଲିବା କାର୍ଯ୍ୟକ୍ରମ ଯୋଗୁଁ  ପ୍ରବଳ ଜନସମାଗମ ହେଉଛି। ଏହି ବାଲିଯାତ୍ରାର ପୂଜାକାର୍ଯ୍ୟକୁ କିଶୋର ଚନ୍ଦ୍ର ରଥ ସମ୍ପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ