ମଣ୍ଡଳ ମହିଳା ମୋର୍ଚ୍ଚା ତରଫରୁ ଶୋଭାଯାତ୍ରା, ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବିଜେପି ମଣ୍ଡଳ ତରଫରୁ ନୂତନ ମଣ୍ଡଳ ମହିଳା ମୋର୍ଚ୍ଚା କମିଟିକୁ ଭବ୍ୟ ସ୍ୱାଗତ, ଶୋଭାଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁନିଗୁଡ଼ା ମଣ୍ଡଳ ସଭାପତି ସୁବାସ ଗୌଡ଼ ଓ ମହିଳା ମୋର୍ଚ୍ଚାର ମଣ୍ଡଳ ସଭାନେତ୍ରୀ ଅମ୍ବିକା ନାୟକଙ୍କ ମିଳିତ ସଂଯୋଜନାରେ ଶତାଧିକ ଦଳୀୟ ମହିଳା ଓ ପୁରୁଷ ନେତା ଓ କର୍ମୀ ମାନଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସୌଣ୍ଡିକ ମଙ୍ଗଳ ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ରଜୀତା କରଡ଼ା, ମୁଖ୍ୟବକ୍ତା ବିଜେପି ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ସମ୍ମାନିତ ଅତିଥି ରାଷ୍ଟ୍ରୀୟ ଜନଜାତି କାର୍ଯ୍ୟକାରିଣୀ ସଦସ୍ୟ କାଲିରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଶଙ୍କର ଉଲ୍ଲାକା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ଵିନୀ କଞ୍ଚଡା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଅତିଥି ମାନେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ମହିଳା ମୋର୍ଚ୍ଚାର ସଦସ୍ୟା ମାନଙ୍କୁ ବିଜେପିର ବିଚାର ଓ କାର୍ଯ୍ୟାଧାରା ଓ ମହିଳା ସଶକ୍ତିକରଣ ଉପରେ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ସଂଗଠନ କିପରି ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ୀକରଣ ହେବ ଏବଂ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ ସେନେଇ ପରାମର୍ଶ ଦେଇଥିଲେ। ପରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ଓ ପୁରୁଷ କର୍ମୀ ମାନଙ୍କୁ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଦଳୀୟ ଅଙ୍ଗବସ୍ତ୍ର,ପୁଷ୍ପଗୁଚ୍ଛ ଓ ଟୋପି ଦେଇ ସମ୍ବର୍ଦ୍ଧିତ କରିବା ସହ ବିଜେପି ସଦସ୍ୟ ଭାବେ ସମସ୍ତଙ୍କୁ ଗ୍ରହଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଭିକାରୀ ନାହାକ, ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଣ୍ଡା,ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାପତି କବିତା ସାହୁ, ସାଧାରଣ ସମ୍ପାଦକ ଶାନ୍ତିଲତା ପଣ୍ଡା, ସମ୍ପାଦିକା ସନ୍ତୋସିନୀ ଗୌଡ଼,ବୀରଭଦ୍ର ଆଚାରି,ମୀନ ଗୌଡ଼, ରୁଦ୍ର ମୁଗୁଲି,ଭୀମ ବେହେରା,ପଦ୍ମ ବେହେରା,ରୁଦ୍ରଜିତ ନାୟକ,ରମେଶ ଗୌଡ଼,ରାକେଶ ଶିକା, ନରେନ୍ଦ୍ର ନାଗ, ଗରିବ ଗରଡିଆ, ଆଳିବାନ ବାଗ, ଶିଲୁ ବାଗ,ସୁଭଦ୍ରା ଜେନା,ଧନୁ କୁଶୁଲିଆ, ସିଲୁ ବାଗ,ସୁବାସ ପ୍ରାସ୍କା,ଧରଣୀ ବେହେରା,ଜଳନ୍ଦର୍ ବେହେରା,ଭୋଗୀ ବେହେରା, ଭି.ଭାନୁ ଭୋଳାନାଥ ଦୁବେ,ସୁଦର୍ଶନ ସାହୁ, ପୁରନ୍ଦର ପିଦିକାକା,ହରି କନ୍ଧପାଣି,କୁଶ ଭାଟ୍ଟ, ଗୋପାଳ ଭାଇ,ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ। ଶେଷରେ ଭୀମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


