୫ଟି କେନ୍ଦ୍ରରେ ବୃତ୍ତି ପରୀକ୍ଷା ଦେଲେ ୭୧୩ ଛାତ୍ରଛାତ୍ରୀ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକର ୫ଟି ପରୀକ୍ଷା କେନ୍ଦ୍ରରେ ଶନିବାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୭୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ହାଟଡିହି ହାଇସ୍କୁଲ, ବାଲିବରେଇ ହାଇସ୍କୁଲ ଓ ଶାଳଣିଆଁ ହାଇସ୍କୁଲରେ ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ହୋଇଥିବା ବେଳେ ଵାଙ୍ଗୋର ହାଇସ୍କୁଲ ଓ ଜ.ପି. ଦାସ ହାଇସ୍କୁଲ ବଡ଼ରମ୍ପାସ ଠାରେ କେବଳ ତୃତୀୟ ଶ୍ରେଣୀର ପିଲାଙ୍କ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ତୃତୀୟ ଶ୍ରେଣୀରେ ୩୫୭ ଜଣ ଓ ପଞ୍ଚମ ଶ୍ରେଣୀରେ ୩୫୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକମାନେ ପରୀକ୍ଷା ପରିଚାଳନା କରିଥିଲେ। ଏବିଇଓ ପ୍ରମୋଦ କୁମାର ନାୟକ, ଭାରପ୍ରାପ୍ତ ଏବିଇଓ ପୂର୍ଣଚନ୍ଦ୍ର ଜେନା ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ


