ମାଇଁଭାରତ ପକ୍ଷରୁ ବିଶାଳ ଗଣଦୌଡ

କୋଣାର୍କ (ଓ୍ବାଇଏନଏସ): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ମାଇଁ ଭାରତ, ପୁରୀ ଓ ବସନ୍ତ ମଞ୍ଜରୀ ପାଠାଗାର, କୋଣାର୍କ ପକ୍ଷରୁ ରବିବାର ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ସଚେତନତା ମାରାଥନ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ଚନ୍ଦ୍ରଭାଗା ଠାରେ ଉଦଯାପିତ ହୋଇଯାଇଛି। ପ୍ରଧାମନ୍ତ୍ରୀଙ୍କର ସୋପ୍ନ ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ଭାବରେ ରାଜ୍ୟ ନିର୍ଦ୍ଦେଶକ ଶକ୍ତି ପ୍ରସାଦ ସିଂ ଓ କୋଣାର୍କ ଥାନାର ଭରପ୍ରପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀ ଯୋଗଡେଇ ସବୁଜ ପତାକା ଦେଖାଇ ବିଶାଳ ଗଣଦୌଡର ଶୁଭାରମ୍ଭ କରିଥିଲେ । ଛଅ ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଏହି ମାରାଥନରେ ଅଂଶ ଗ୍ରହଣ କରି ଚନ୍ଦ୍ରଭାଗା ଠାରେ ପହଁଚି ଥିଲେ । ସେଠାରେ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଂସଦ ଙ୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି, ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ,ଅଗ୍ନିଶମ ଅଧିକାରୀ ବିଚିତ୍ର ଚୌଧୁରୀ, ପୁରୀ ଜିଲ୍ଲା ଯୁବ ଅଧିକାରି ସୁଶ୍ରୀ ସଂଗୀତା ମହାପାତ୍ର, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ବନ ବିଭାଗର ସାରିକା ମହାନ୍ତି , ରେଡକ୍ରସର କାଉନସିଲର ଅଧ୍ୟାପକ ଅରବିନ୍ଦ ସାହୁ, ପ୍ରଦୀପ କୁମାର ପ୍ରଧାନ, ଯୁବ ସମାଜ ସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଯୁବସମାଜ ନିଶାମୁକ୍ତ ଭାରତ ଗଠନ ପାଇଁ ସଂଗ୍ରାମ ଜlରିରଖିବାକୁ ଆହ୍ବାନ ଦେଇଥିଲେ। ମେରା ଯୁବ ଭରତର ରାଜ୍ୟ ନିର୍ଦ୍ଦେଶକ ଶକ୍ତି ପ୍ରସାଦ ସିଂ ସମସ୍ତଙ୍କୁ ନିଶା ଠାରୁ ଦୂରେଇବା ପାଇଁ ଶପଥ ପାଠ କରାଇଥିଲେ। ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଶୋକ କୁମାର ବେହେରା, ନିରଞ୍ଜନ ତ୍ରିପାଠୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ବିରଞ୍ଚି ରଥ , ତୁଷାର ରାଉତ , ଭଗୀରଥି ସ୍ବାଇଁ, ଆଭାସ ମୁଦୁଲି, ଦିଲୀପ ଜେନା, ପ୍ରଦୀପ ଲେଙ୍କା, ବାସୁଦେବ, ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ