ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ

 ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଣିନାଗେଶ୍ୱର ମଣ୍ଡଳରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସର ଏବଂ ଦଳର ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତରେ ସାରଗାଁ ସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାପୀଠ ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ଅବସରରେ ସଦର ବ୍ଲକ୍ ରେମୁଣା ବିଧାୟକ ପ୍ରତିନିଧି ଶ୍ରୀ ଲମ୍ବୋଦର ପ୍ରଧାନ, ମଣ୍ଡଳ ସଭାପତି ଶ୍ରୀ ପ୍ରଫୁଲ୍ଲ ଦ୍ୱିବେଦୀ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଆଲୋକ ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଭୋଳାନାଥ ପାତ୍ର, ସାରଗାଁ ପଞ୍ଚାୟତ ସଭାପତି ଶ୍ରୀ ଜିତେନ୍ଦ୍ର ସ୍ୱାଇଁ ଓ ଉପସଭାପତି ଶ୍ରୀ ବିକର୍ତ୍ତନ ରାଉତ ସହ ଅନ୍ୟାନ୍ୟ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ