ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ବାରୋ ପଞ୍ଚାୟତର ତ୍ରିଲୋଚନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ଜିଲ୍ଲା ବିଦୂତ ପରିଷଦ ସଭାପତି ଗୋଲକ ବିହାରୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ପଞ୍ଚ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଉତ୍ତରପୂର୍ବ ସମ୍ଭାଗର କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ କପିଳ ଚରଣ ମିଶ୍ର ଯୋଗଦେଇ ବିଦୂତ ପରିଷଦର କାର୍ଯ୍ୟ, ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ ଅତିଥି ଭାବେ ଯୋଗଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଭାରତୀ ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୟ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାମନ୍ଦିର ବିଦୂତ୍ ପରିଷଦ ସଭାପତି ବଳରାମ ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ୬୦ଜଣ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ବିଦ୍ୟାମନ୍ଦିରର ସମ୍ପାଦିକା ସୁମତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ସମେତ ବିଦ୍ୟାମନ୍ଦିରର ପ୍ରାକ୍ତନ ସମ୍ପାଦକ ଉମେଶ ଚନ୍ଦ୍ର ଦାସ, କେନ୍ଦ୍ରାପଡା ବିଭାଗ ନିରୀକ୍ଷକ ଡ. ଲକ୍ଷ୍ମଣ କୁମାର ମହାନ୍ତ, ମିନତୀ ବେହେରା, ଦେବାଶିଷ ଦାଶ, ଶ୍ରୀଧର ନାୟକ,ବିଦ୍ୟୁତ ପରିଷଦ ସମ୍ପାଦକ ବିଜୟ କୁମାର ସାମଲ,ତ୍ରିଲୋଚନପୁରର ହୈମବତୀ ନାୟକ, ନିବେଦିତା ଦାସ, କୁଞ୍ଜବିହାରୀ ସ୍ୱାଇଁ, ମୋନାଲିସା ଦାସ, ପ୍ରଣତୀ ବେହୁରା, ଅଜୟ କୁମାର ସ୍ୱାଇଁ, ଶଶାଙ୍କ ଶେଖର ଓଝା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ। ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ