କ୍ୟାରିୟର ଗଠନ ସହ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ ପକ୍ଷରୁ ‘କ୍ୟାରିୟର କାଉନସେଲିଂ ଏବଂ ବ୍ୟକ୍ତିତ୍ୱ ବିକାଶ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀ ପି. ସ୍ୱାତୀ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜ ଉଦ୍ୟୋଗୀ ଜୀବନର ସଫଳତା ଓ ଅଭିଜ୍ଞତା ସମ୍ପର୍କରେ ଅବଗତ କରାଇଥିଲେ।ଏହି ଅବସରରେ ଅଧ୍ୟକ୍ଷ ଡ. ନାୟକ ଛାତ୍ରୀମାନେ କେବଳ ପାଠପଢ଼ାରେ ସୀମିତ ନରହି ନିଜ ଯୋଗ୍ୟତା ଓ ଦକ୍ଷତାକୁ ଚିହ୍ନଟ କରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ। ଉଦ୍ୟୋଗୀ ଭାବେ ଆତ୍ମନିର୍ଭର ହେବା ସହ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।ସଂଯୋଜିକା ଧରିତ୍ରୀରାଣୀ ବିଶାଇଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହ-ସଂଯୋଜିକା ଅନୀତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ