ନିଖୂଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ନୂତନ ବିଇଓଙ୍କୁ ସ୍ବାଗତ

ହାଟଡିହି (ଓ୍ବାଇଏନଏସ):  ସୋମବାର ଦିନ ଅପରାହ୍ନରେ ନିଖୂଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡ଼ିହି ଶାଖା ପକ୍ଷରୁ ହାଟଡିହି ବ୍ଲକରେ ନବ ନିଯୁକ୍ତ ବିଇଓ ସଦ୍ୟଷ୍ମାନ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶ୍ରୀକାନ୍ତ ବିଶ୍ଵାଳ, ସମ୍ପାଦକ ପ୍ରଦୀପ କୁମାର ନାୟକଙ୍କ ସହିତ ଶିକ୍ଷକ ରଞ୍ଜନ ପ୍ରଧାନ, ରବୀନ୍ଦ୍ର ଦାସ, ଗୋପୀ ସାହୁ, ପ୍ରଫୁଲ୍ଲ ଜେନା, ବିଷ୍ଣୁପଦ ସାମଲ, ବାସନ୍ତୀ ସେଠୀ, ବଲରାମ ଦାସ, ବିଜଯ ସ୍ବାଇଁଙ୍କ ସମେତ ବହୁ ଶିକ୍ଷକ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟଷ୍ମାନ ପଣ୍ଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ଏ.ବି.ଇ.ଓ. ପ୍ରମୋଦ କୁମାର ନାୟକଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ଆଶୁ ସମାଧାନର ସହଯୋଗ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେବା ସହ ଶିକ୍ଷକଗଣ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବାକୁ ସେ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ