ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମ ନିକଟ ପୋଖରୀ ରେ ଗ୍ରାମର ଦେବାଶିଷ ପ୍ରଧାନ ମାଛଚାଷ କରନ୍ତି। ଗତ ଶନିବାର ରାତି ପ୍ରାୟ ସାଢେ ୧୧ ଟାରେ ନାରାୟଣପୁର ଗ୍ରାମର କେ. ଭୁବନି ପୋଖରୀ ରେ ଜାଲ ପକାଇ ମାଛ ଚୋରି କରୁଥିବା ବେଳେ ଦେବାଶିଷ ସେଠାରେ ପହଞ୍ଚି ଭୁବନି ଙ୍କୁ ଧରି ଦେଇଥିଲେ।ତାଙ୍କ ନିକଟରୁ କିଛି ମାଛ ଓ ଜାଲ ସେ ଛଡାଇ ନେବାରୁ ଭୁବନିି ଧରିଥିବା ଏକ ଲୁହା ତେଣ୍ଟା ରେ ତାଙ୍କୁ ମାରିବାକୁ ଉଦ୍ୟମ କରିବାରୁ ସେ ଚିତ୍କାର କରିଥିଲେ।ଗାଁ ର କିଛି ବ୍ୟକ୍ତି ଘଟଣାସ୍ଥଳକୁ ଦୌଡ଼ି ଆସି ଭୁବନିି ଙ୍କୁ ଧରି ପକାଇ ବିବିଧ ମାଡ଼ ଦେବା ସହ ନୂଆପଡ଼ା ଫାଣ୍ଡି ପୋଲିସ କୁ ଖବର ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଙ୍କୁ ଥାନାକୁ ନେଇଥିଲେ। ଏନେଇ ଦେବାଶିଷ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଥାନା ମାମଲା ନଂ.୨୧୮/୨୬ ବିଏନଏସ ର ଦଫା -୩୦୩(୨)/୨୯୬/୧୧୫(୨)/୧୦୯(୧)ଅନୁଯା ୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ପୁଷ୍ପାଞ୍ଜଳି ନାୟକ ସୋମବାର ଭୋର ପ୍ରାୟ ୫ ଟାରେ ଅଭିଯୁକ୍ତ ଙ୍କୁ ଗିରଫ କରି ସନ୍ଧ୍ୟା ରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୋଲିସ ଅଭିଯୁକ୍ତ ଙ୍କ ନିକଟରୁ ହତ୍ୟା ଉଦ୍ୟମରେ ବ୍ୟବହୃତ ତେଣ୍ଟା କୁ ଜବତ କରିଛନ୍ତି।


