ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟଚାଷ ପ୍ରଶିକ୍ଷଣ ଶିବିର
ଆନନ୍ଦପୁର / ହାଟଡିହି : ଉପଖଣ୍ଡ କାଠକଟା ଠାରେ ସିଫା ପକ୍ଷରୁ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆଇ.ସି.ଆର ସିଫାର ପ୍ରମୁଖ୍ ବୈଜ୍ଞାନିକ ଡ଼. ଆଶିଷ ସାହା, ବୈଜ୍ଞାନିକ ଏ.ଏସ ମହାପାତ୍ର, ସହକାରୀ ମତ୍ସ୍ୟ ଅଧିକାରୀ ଦେବ ପ୍ରସାଦ ରଥ, ଜିଲ୍ଲା ପରିଷଦ ଜିତେନ୍ଦ୍ର ସାମଲ, ଆଇନୀଜୀବୀ ଟୁକୁନା ମହାନ୍ତ, ୱାଇ. ପି ଚନ୍ଦନ ଖିଲାର, କାଠକଟା ଫରେଷ୍ଟର ଲକ୍ଷ୍ମୀଧର କିସ୍କୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହିତ ବୈଜ୍ଞାନିକ ପ୍ରଣାଳୀରେ କିପରି ଉନ୍ନତ ମାନର ମାଛଚାଷ ହୋଇ ପାରିବ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ। ଏହି ପଞ୍ଚାୟତରେ ଗତ ଦୁଇ ବର୍ଷ ଭିତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମାଛଚାଷ କରି କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ତାହା ଉପରେ ମହିଳା ମାନେ ନିଜ ନିଜର ସଫଳତାର କାହାଣୀ ବଖାଣିଥିଲେ। ସିଫା ପକ୍ଷରୁ ମାଛ ଯାଆଁଳ, ମାଛ ଖାଦ୍ୟ ଯୋଗାଇ ଦିଆ ଯାଉଥିବା ବେଳେ ଏସ. ସି ବର୍ଗର ଲୋକଙ୍କୁ ଅଧିକ ଆର୍ଥିକ ସହାୟତା ମଧ୍ୟ ଦିଆ ଯାଉଛି। ଏଣୁ ମାଛ ଚାଷ ପାଇଁ କିପରି ଅଧିକରୁ ଅଧିକ ଏସ. ସି ବର୍ଗର ଲୋକ ଆକୃଷ୍ଟ ହେବେ ତାହା ଉପରେ ଅଧିକାରୀ ମାନେ ଗୁରୁତ୍ୱ ଦେଇଥିଲେ। ଏଥିରେ ଓଁ ମା ବଉଳାଶୁଣି ଏସ ଏସ ଜି ଗ୍ରୁପର ସଭାନେତ୍ରୀ ଦେବକି ଦେହୁରୀ, ସମ୍ପାଦିକା ସେଉ ପ୍ରଧାନ, ମା ତାରିଣୀ ଏସ ଏସ ଜି ଗ୍ରୁପର ସଭାନେତ୍ରୀ ବାସନ୍ତୀ ମହାନ୍ତ, ମା ଥାନପତି ଏସ ଏସ ଜି ଗ୍ରୁପର ସଭାନେତ୍ରୀ ଝରଣା ଜେନା, ସମ୍ପାଦିକା ସୁକାନ୍ତି ଦାସ, ବିଜୟ ଲକ୍ଷ୍ମୀ ଏସଏସଜି ଗ୍ରୁପର ସଭାନେତ୍ରୀ ଦମୟନ୍ତୀ ନାୟକ, ସମ୍ପାଦିକା ଅନ୍ନପୂର୍ଣ୍ଣା ନାୟକ, ଶ୍ରୀ ଗ୍ରୁପର ସଭାନେତ୍ରୀ ପ୍ରଭାତୀ ନାୟକ, ସମ୍ପାଦିକା ବାସନ୍ତୀ ନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ମନୋରଞ୍ଜନ ଦେହୁରୀ ମଞ୍ଚ ସଂଯୋଜନା କରିଥିଲେ। ଗଗନ ଦାସ, ହରିହର ଦେହୁରୀ, ଟୁନୁ ନାଏକ, ନିର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


