ଜନ ସମ୍ପର୍କ ପଦଯାତ୍ରା

ପୋଲସରା(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ବୁଧବାର ଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜେଡିର ଏହି ପଦଯାତ୍ରା  ମଧୁପଲ୍ଲୀ ପଞ୍ଚାୟତର ସୁନାରିବୁଗୁଡ଼ା ସ୍ଥିତ ବୈଦ୍ୟନାଥ ଶୈବ ପୀଠରୁ ଆରମ୍ଭ ହୋଇ ବୁଢ଼େଇଶୁଣି ପଞ୍ଚାୟତର ଲକ୍ଷ୍ମଣ ପଲ୍ଲୀ, ଗୋଠଳୀ ଓ ବୁଢ଼େଇଶୁଣି ଗ୍ରାମରେ ପହଞ୍ଚିଥିଲା। ପଦଯାତ୍ରା ବୁଢ଼େଇଶୁଣି ଗ୍ରାମରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ବିଜେପି ମିଛ କହିବାରେ ଓସ୍ତାଦ, ମିଛ କଥା କହି ସରକାରକୁ ଆସିଛି। ଭତ୍ତା ୩ହଜାର ୫ ଶହ ଟଙ୍କା ଦେବ ବୋଲି କହିଥିଲା, ମହିଳାମାନଙ୍କୁ ବର୍ଷକୁ ୫୦ହଜାର ଟଙ୍କା ଦେବା ସାଙ୍ଗକୁ ମାସକୁ ୩ଶହ ୟୁନିଟ ମାଗଣା ବିଦ୍ୟୁତ ଦେବ ବୋଲି କହିଥିଲା କିନ୍ତୁ ଦେଇପାରିଲା ନାହିଁ। ଶାସକ ଦଳର ଏ ସବୁ ନାଟକବାଜି, ମିଛୁଆ ସରକାର ବୋଲି ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ଭାଷଣରେ କହିଥିଲେ। ଲୋକମାନେ ବିଜେପିର କଥା ସବୁ ଜାଣିସାରିଲେଣି। ଆସନ୍ତା ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି କହିବା ସହ ପୁଣି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେବେ ବୋଲି କହିଥିଲେ। ବିଜେଡିର ଏହି ପଦଯାତ୍ରା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର  ୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ କହିଥିଲେ। ଉକ୍ତ ଜନସମ୍ପର୍କ ପଦଯାତ୍ରାରେ ବିଜେଡ଼ିର ରାଜ୍ୟ ଯୁବ ବିଜେଡି ସମ୍ପାଦକ ନିହାର ଶତପଥି, ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଅନିମା ପରିଡା, ପୌରପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ ଓ ବିକ୍ରମ ନାୟକ , ସରପଞ୍ଚ ଦୀପିକା ବାରିକ, କନକ ରାଉତ, କୁନି ଜେନା, ବବିତା ମହାପାତ୍ର, ଲିଲି ସାହୁ, କୁନି ମହାରଣା ସମେତ  ହଜାରରୁ ଉର୍ଦ୍ଧ୍ବ ବିଜୁପ୍ରେମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ