ନବରାତ୍ରୀ ପୂଜା ପାଇଁ ଚଳଚଞ୍ଚଳ ଭକ୍ତବତ୍ସଳା ମା ଶ୍ୟାମାକାଳୀଙ୍କ ପୀଠ
ଆସିକା (ୱାଇଏନ୍ଏସ୍) ଆସନ୍ତା ୧୧ ତାରିଖ ରବିବାର ଠାରୁ ଆସିକା ପୌର ପରିଷଦ ଅଧିନସ୍ଥ ହାଟପଦା କାଳୀମୁଖୀ ସାହି ସ୍ଥିତ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଶ୍ୟାମାକାଳୀ (କାଳୀମୁଖୀ)ଙ୍କ ପୀଠରେ ନବରାତ୍ରୀ ପୂଜା ବିଧିବିଧାନ ଅନୁଯାୟୀ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଚହଟିଲାଣି ସମଗ୍ର ପରିବେଶ । ଆଉ ଶ୍ରଦ୍ଧାଳୁ ଭକ୍ତଗଣ ମା’ ଶ୍ୟାମାକାଳୀଙ୍କ ନିକଟରେ ନିଜକୁ ସମର୍ପଣ କରି ଆଶୀର୍ବାଦ ଲାଭ କରିବେ । ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା ସହରର ହଟପଦା ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା’ ଶ୍ୟାମାକାଳୀଙ୍କ ପୀଠ ଅନ୍ୟତମ । ମା’ ଶ୍ୟାମାକାଳୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା’ଶ୍ୟାମାକାଳୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ଶ୍ୟାମାକାଳୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁ ଭକ୍ତ ମା’ ଶ୍ୟମାକାଳୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି । ଆସନ୍ତା ୧୧ ତାରିଖ ରବିବାର ଠାରୁ ଆସିକାର ଅଧୀଷ୍ଠାତ୍ରୀ ଦେବୀ କରୁଣାମୟୀ ମା ଶ୍ୟାମାକାଳୀଙ୍କ ପୀଠରେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ ପୂଜା। ଧରାପୃଷ୍ଟରେ ଅବତରଣ କରିବେ ଦୃଷ୍ଟସିଂଘାରିଣୀ ଅଭୟଦାୟିନୀ ମା’କାଳୀ। ମହାମାୟୀ ମା’କାଳୀଙ୍କ ଆଗମନକୁ ଉତ୍ସାହର ସହ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ଭକ୍ତ। ମହାମାୟୀ ମା’କାଳୀଙ୍କ ଶାରଦୀୟ ନବରାତ୍ରୀ ପୂଜା ପାଖେଇ ଆସୁଥିବାରୁ ଭକ୍ତଙ୍କ ମଧ୍ୟରେ ଭରିରହିଛି ଉତ୍ସାହ ଓ ଉଦ୍ଦୀପନା। କାହିଁ କେଉଁ ଆବାହମାନ କାଳରୁ ମା ଶ୍ୟାମାକାଳୀଙ୍କ ମହିମା ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧିଲାଭ କରିଆସିଛି ମା ଶ୍ୟାମାକାଳୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ପାର୍ବଣ ଋତୁକୁ ଅପେକ୍ଷା କରିବସିଥାନ୍ତି ଆସିକା ଅଞ୍ଚଳର ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମା ଶ୍ୟାମକାଳୀଙ୍କ ପୀଠ ଅନ୍ୟତମ ।ଆସିକା ପୌର ପରିଷଦ ଅଧିନସ୍ଥ ହାଟପଦା ନିକଟସ୍ଥ କାଳୀମୁଖୀ ସାହିରେ ଆସନ୍ତା ୧୧ ତାରିଖ ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେବାକୁଥିବା ମା’ଶ୍ୟାମାକାଳୀଙ୍କ ନବରାତ୍ରୀ ପୂଜାକୁ ସୁପରିଚାଳନା କରିବା ଲାଗି ଶ୍ରୀ ଶ୍ରୀ ମା କାଳୀମୁଖୀ ମନ୍ଦିର ପରିଚାଳନା କମିଟି ଓ ଶାରଦୀୟ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । ଶ୍ରୀ ଶ୍ରୀ ମା କାଳୀମୁଖୀ ମନ୍ଦିର ପରିଚାଳନା କମିଟି ସଭାପତି ଡାକ୍ତର ଶ୍ୟାମଘନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ସଂପାଦକ ଦେବହରି ମହାନ୍ତି, ସହସଂପାଦକ ସନ୍ତୋଷ କୁମାର ପୋଲାଇ, କୋଷାଧ୍ୟକ୍ଷ ତରୁଣ କୁମାର ପଟ୍ଟନାୟକ, ପରିଚାଳନା କମିଟି ସଦସ୍ୟ ନିରଞ୍ଜନ ମହାନ୍ତି, ଦୀପକ କୁମାର ପାତ୍ର, ଆଧ୍ୟାତ୍ମିକପ୍ରେମୀ ସରୋଜ କୁମାର ଦାଶ, କେ.ମନମୋହନ ସେନାପତି, ଭଜରାମ ସ୍ୱାଇଁ, ଜି.ସୂର୍ଯ୍ୟପ୍ରକାଶ ରାଓ, ରାମଚନ୍ଦ୍ର ରା, ବିପିନ୍ ବିହାରୀ ବିଶ୍ୱାଳ, ନିରଞ୍ଜନ ପାଢୀ, ଏ.ଯୁଧିଷ୍ଠିର ଦୋରା, କୈଳାଶ ଚନ୍ଦ୍ର ପୋଲାଇ, ସୀତା ପ୍ରସାଦ ପଟ୍ଟନାୟକ, ସୁନିଲ୍ କୁମାର ମିଶ୍ର, ସିମାଞ୍ଚଳ ମୁନି, ସନତ୍ ପଟ୍ଟନାୟକ, ରାଜେଶ୍ ପରିଡା, ଅଂଶୁମାନ୍ ସ୍ୱାଇଁ, ରାହୁଳ କୁମାର ଜେନା, ପି.ବାଲାଜୀ ପାତ୍ର, ଏମ୍.ତାରିଣୀ ସେନାପତି, ଧିରେନ୍ କୁମାର ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା, ଅଧ୍ୟାତ୍ମିକପ୍ରେମୀ ଏହି ନବରାତ୍ରୀ ପୂଜାକୁ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ଲାଗି ଆଗେଇ ଆସିଥିବା ଲକ୍ଷ୍ୟ କରାଯାଉଛି । ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ନବରାତ୍ରୀ ପୂଜାରେ ମା ଶ୍ୟାମାକାଳୀଙ୍କ ପୀଠରେ ପୋଲସରା ନିକଟସ୍ଥ ଜେମାଦେଇପୁର ଶାସନର ଅଭିଜ୍ଞ ପଣ୍ଡିତ କାଳୁ ଚରଣ ମହାପାତ୍ର ଓ ସହଯୋଗୀ କାହ୍ନୁଚରଣ ତ୍ରିପାଠୀ, ପଣ୍ଡିତ ଦିଲୀପ କୁମାର ଦେବତା ପ୍ରମୁଖ ଉପସ୍ଥିତ ରହି ବିଧିବିଧାନ ଅନୁଯାୟୀ ନିଷ୍ଠାର ସହ ପୂଜାର୍ଚ୍ଚନା ଏବଂ ଚଣ୍ଡିପାଠ କରିବେ ବୋଲି ଜଣାପଡିଛି । ଅଧୀଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ପୀଠରେ ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ନବରାତ୍ରୀ ପୂଜାର ପ୍ରଥମ ଦିବସରେ ସୁଦୂର ଆମେରିକାର ବାସିନ୍ଦା ଆଧ୍ୟାତ୍ମିକପ୍ରେମୀ ବରାହ ନରସିଂହମ୍ ଓ ତାଙ୍କ ପତ୍ନୀ ମାଧୁରୀଙ୍କ ପରିବାରବର୍ଗଙ୍କ ନାମରେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ ହେବ ବୋଲି ଜଣାପଡିଛି । ଚଳିତମାସ ୧୧ ତାରିଖରୁ ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ପୀଠରେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ ପୂଜା । ପ୍ରତ୍ୟହ ମା ଶ୍ୟାମାକାଳୀ ନୁଆଁ ନୁଆଁ ରୂପରେ ପୂଜା ପାଇବା ସହ ଶ୍ରଦ୍ଧାଳୁ ଭକ୍ତଜନକୁ ଦର୍ଶନ ଦେବେ । ନବରାତ୍ରୀ ପୂଜାର ପ୍ରଥମ ଦିବସରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଋଷିକୁଲ୍ୟା ନଦୀରେ ବିଦ୍ୱାନ ପଣ୍ଡିତମାନଙ୍କ ମନ୍ତ୍ରୋଚାରଣରେ ପୂଜାର୍ଚ୍ଚନା ସମାପନ ପରେ ପବିତ୍ର ଜଳ କଳସଯାତ୍ରାରେ ଅଣାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ ବୋଲି ଜଣାପଡିଛି । ଆସିକା ସହରର ଶକ୍ତିସ୍ୱରୂପିଣୀ ମା ଶ୍ୟାମାକାଳୀ ହେଉଛନ୍ତି ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଭକ୍ତ ଡାକିଲେ ଓ କରିଥାନ୍ତି ମା ଶ୍ୟାମାକାଳୀ । ଶାନ୍ତି, ମୈତ୍ରୀ, ଭାଇଚାରା ତଥା ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଆସିକାର ଅନ୍ୟତମ ଅଧିଷ୍ଟାତ୍ରୀ ଦେବୀ ଶ୍ରୀ ଶ୍ରୀ ମା କାଳୀମୁଖି ମନ୍ଦିରରେ ଆସନ୍ତାକାଲି ଠାରୁ ମା ଶ୍ୟାମାକାଳୀଙ୍କ ନବରାତ୍ରୀ ପୂଜା ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ଲାଗି ଶ୍ରୀ ଶ୍ରୀ ମା କାଳୀ ମୁଖୀ ମନ୍ଦିର ପରିଚାଳନା କମିଟି ଓ ଶାରଦୀୟ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି।


