ପୋଖରୀ ରେ ବୁଡ଼ି ୨ୟ ଶ୍ରେଣୀ ଛାତ୍ର ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ ଟାରେ ରେ ଏକ ଅଭାବନୀୟ ଘଟଣା ଘଟିଛି । ୨ୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି ଗ୍ରାମର ପିଣ୍ଟୁ ମହାନ୍ତି ଙ୍କ ପୁଅ ରାଜବୀର ମହାନ୍ତି(୭) ମାମୁ ଘର ଆମ୍ବଠା ଗ୍ରାମକୁ ଶ୍ରାଦ୍ଧ ଭୋଜି ଖାଇବାକୁ ଯାଇଥିଲେ। ସେ ଗାଁ ର ପୋଖରୀ କୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗଭୀର ପାଣି ରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଦୌଡ଼ି ଆସି ପରିବାର ଲୋକଙ୍କୁ ଜଣାଇବାରୁ କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ରାଜବୀର ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାଜବୀର ଙ୍କ ବାପା ପିଣ୍ଟୁ ମହାନ୍ତି ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ନଂ. ୨୨/୨୬ ପ୍ରକାରେ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି।


