ନୂଆବର୍ଷ : ରାତି ୧ଟାରେ ଖୋଲିବ ଶ୍ରୀମନ୍ଦିର
ପୁରୀ : ପାଖରେ ଆସୁଛି ସେହି ପ୍ରତୀକ୍ଷିତ ମୁହୂର୍ତ୍ତ। ଆଉ କେଇ ଘଣ୍ଟାର ସମୟ। ସାରା ବିଶ୍ବବାସୀ ୨୦୧୯କୁ ବିଦାୟ ଦେଇ ୨୦୨୦ ନୂଆବର୍ଷକୁ ସ୍ବାଗତ କରିବେ। ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହିତ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ସୂଚନା ରହିଛି । ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି।


