ଛାତ୍ରସଂସଦ ନିର୍ବାଚନ : ସଭାପତି ହେଲେ ଆସିକାର ବାସିନ୍ଦା ମେଧାବୀ ବିଦ୍ୟାର୍ଥୀ ଶ୍ରାବଣୀ

ଆସିକା(ୱାଇଏନ୍‍ଏସ୍‍) : ରାଉରକେଲା ସେକ୍ଟର-୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ଆସିକାର ବାସିନ୍ଦା ମେଧାବୀ ବିଦ୍ୟାର୍ଥୀ ଶ୍ରାବଣୀ ପୋଲାଇ ନିର୍ବାଚିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମରେ ଅତୀତରେ ଜନ୍ମଗ୍ରହଣ କରିଥିବା ଶ୍ରାବଣୀ ପୋଲାଇ ଜଣେ ମେଧାବୀ ଛାତ୍ରୀ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ନଜିର୍‍ ରହିଛି । ଆସିକାର ପୂର୍ବତନ ନଗରପାଳ ସୂର୍ଯ୍ୟନାରାୟଣ ପୋଲାଇ ଏବଂ କୁମୁଦିନୀ ପୋଲାଇଙ୍କ ସୁକନ୍ୟା ଶ୍ରାବଣୀ ପୋଲାଇ ନିଜର ବାଲ୍ୟ ଶିକ୍ଷା ଆସିକାରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ରାଉରକେଲା ଚାଲିଯାଇଥିଲେ । ସେଠାରେ ବର୍ତ୍ତମାନ ରାଉରକେଲା ସେକ୍ଟର-୨ ସ୍ଥିତ ସୁଶୀଳାବତୀ ସରକାରୀ ମହିିଳା ମହାବିଦ୍ୟାଳୟରେ ଅଧ୍ୟୟନରତ ଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ଏକ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରାବଣୀ ପୋଲାଇ ରାଉରକେଲାର ସେକ୍ଟର-୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ନିଜର ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତାକୁ ପ୍ରମାଣିତ କରି ମର୍ଯ୍ୟାଦାଜନକ ସଭାପତି ରୂପେ ନିର୍ବାଚିତ ହେବା ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି । ଆସିକା ଅଞ୍ଚଳର ପୂର୍ବତନ ନଗରପାଳିକା ସ୍ୱର୍ଗତା ରଜନୀ ପୋଲାଇଙ୍କ ନାତୁଣୀ ତଥା ଆସିକାର ପୂର୍ବତନ ନଗରପାଳିକା ମଧୁସ୍ମିତା ପୋଲାଇ ଏବଂ ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇଙ୍କ ଝିଆରୀ ଶ୍ରାବଣୀ ପୋଲାଇ ରାଉରକେଲା ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ବିଜୟୀ ହେବା ପାକଲାପଲ୍ଲୀ ଗ୍ରାମ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀର ଗ୍ରାମାଞ୍ଚଳ ପରିବେଶରେ ଜନ୍ମଗ୍ରହଣ କରି କିଛି ଦିନ ଚାଟଶାଳୀ ଶିକ୍ଷା ସମାପ୍ତ ପରେ ଉଚ୍ଚଶିକ୍ଷା ପାଇଁ ରାଉରକେଲା ଯାଇ ସେଠାକାର ପରିବେଶକୁ ଖାପଖୁଆଇ ପରବର୍ତ୍ତୀ ସମୟରେ କ୍ୟାମ୍ପସର ଛାତ୍ର ରାଜନୀତିରେ ଅଂଶଗ୍ରହଣ କରି ବିରାଟ ସଫଳତା ପାଇଥିବା ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ସଭାପତି ଶ୍ରାବଣୀ ପୋଲାଇଙ୍କୁ ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ପାକଲାପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ସନ୍ତୋଷ କୁମାର ପୋଲାଇ, ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପୌର ପରିଷଦର କାଉନସିଲର ବନ୍ଦିତା ପ୍ରଧାନ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଜଗତ୍‍ଜୀବନ ବେହେରା, ଶିବପ୍ରସାଦ ଶତପଥୀ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ