କୁରାଢ଼ୀଘଷାରେ ରାବଣପୋଡି ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ କୁରାଢ଼ୀଘଷା ଗ୍ରାମରେ ରାବଣପୋଡି ଉତ୍ସବ ଓ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ କୁଅଁର, ପଢ଼ିଆରୀପଲ୍ଲୀ ସରପଞ୍ଚ ଅଜିତ କୁମାର ରାଉତ, ସୋସୋ ଆଇଆଇସି କାନନ ସାହୁ ଓ ସୁପ୍ରିୟା ବେହେରା, ସମାଜସେବୀ ବିଶ୍ୱରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ରାବଣ ପୋଡିର ଉଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ହରିପୁର ହାଇସ୍କୁଲର ଆଦ୍ୟାଶା ଦାସ, ପି.ପି ହାଇସ୍କୁଲ ରଟିଣାର ଆଦ୍ୟାଶ୍ରୀ ଶତପଥି,ପି.ପି ହାଇସ୍କୁଲ ବଣିଆପଙ୍କର ପ୍ରସନ୍ନ ବେହେରା, ହରପ୍ରିୟା ବେହେରା, ବଣିଆପଙ୍କ ନୋଡାଲ ୟୁପିସ୍କୁଲର ଏନଏମଏମଏସ ପାଇଥିବା ନିହାର ରଞ୍ଜନ ବେହେରା, ଭଗବତୀ ବିଶ୍ୱାଳ,ଶୁଭଙ୍କର ପାତ୍ର, ଝରଣା ଲୋହାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଣୀ ଅନୁଯାଇ କୁର୍ତ୍ତିତ୍ୱ ଅର୍ଜନ କରିଥିବା ସର୍ବେଶ୍ୱର ମଲ୍ଲିକ, ଇତିଶ୍ରୀ ବେହେରା, ସାଧନା ମଞ୍ଜରୀ ବେହେରା, ସାଇ ପ୍ରକାଶ ନାୟକ, ଅନୁରାଧା ବେହେରା, ଶର୍ମିଷ୍ଠା ପ୍ରିୟଦର୍ଶନୀ ବେହେରା, ଜ୍ୟୋତି ରଞ୍ଜନ ନାୟକ, ନିହାର ରଞ୍ଜନ ବେହେରା, ମଳୟ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଏନ.ଇ.ଇ.ଟି ରେ କୃତିତ୍ୱ ଅର୍ଜନ କରିଥିବା ତୁଷାରକାନ୍ତ ବେହେରା,ନୀଲେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପବନ୍ଧୁ ଯୁବକ ସଙ୍ଘର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


