ଦିଗପହଣ୍ଡି ରେ ଶାରଦୀୟ ଠାକୁରାଣୀ ଯାତ୍ରା ମହୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶୁକ୍ରବାର ୭ ମ ଦିନ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ରେ ମା ‘ ଙ୍କୁ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା ‘ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସନ୍ଧ୍ୟାରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଥିଲା।ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ‘ ଙ୍କୁ ସାନ୍ଧ୍ୟ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ।ମା ‘ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟ ଧାରୀ ମହିଳା ମାନେ ମା ‘ ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।ମୁଖ୍ୟ ଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠ ରୁ ଶୋଭାଯାତ୍ରା ରେ ବାହାରି ଜନତାଲେନ ଦେଇ ରାଣୀ ସାହି, ବ୍ରହ୍ମପୁର ଲିଙ୍କ ରୋଡ,ଆନନ୍ଦ ନଗର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ।ଶ୍ରୀ ଭାବକୁଣ୍ଡଳେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ମା ‘ ଙ୍କୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା।ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଉଥିବା ମା ‘ ଦୂର୍ଗା ଙ୍କ ମେଢ଼ ମଣ୍ଡପ ରେ ମା ‘ ବୁଢ଼ୀ ଠାକୁରାଣୀଙ୍କ ଭେଟ ଘାଟ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା କମିଟିର କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର,ସଂଗ୍ରାମ କେଶରୀ ରଥ, ପ୍ରଦୀପ କୁମାର ପଣ୍ଡା, ଅଶୋକ କୁମାର ନନ୍ଦ,ପ୍ରଦୀପ କୁମାର ରଥ, ଜେ. ମିଟୁ ରାଓ,ସୁଧାକର ସାହୁ,ଅଜିତ କୁମାର ନନ୍ଦ,ପି.ଦୁଷ୍ମନ୍ତ ଦୋରା,ସୁରେଶ କୁମାର ସାହୁ, ହରିକୃଷ୍ଣ ଗୌଡ଼,ଉଦୟ ସାମନ୍ତ,ସୁବାସ ପାଣିଗ୍ରାହୀ,ଅରୁଣ ପ୍ରଧାନ,ବାବୁଲା ରେଡ୍ଡୀ,ସୁଦର୍ଶନ ଗୌଡ଼, ପ୍ରମୁଖ ଉପସ୍ଥିତ ରହି ମା ‘ ଙ୍କୁ ବନ୍ଦାପନା କରି ବର୍ଷକ ପାଇଁ ବିଦାୟ ଦେଇଥିଲେ। ମା ‘ ଙ୍କ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ମୁଖ୍ୟରାସ୍ତା ପରିକ୍ରମା କରି ପୁଣି ଜନତା ଲେନ ଦେଇ ଯାତ୍ରା ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଯାତ୍ରାପୀଠ ରେ ସକାଳେ ଦିଗପହଣ୍ଡି ର ଗୋଲା ନାଚ,ସନ୍ଧ୍ୟାରେ ଭୁବନେଶ୍ୱର ର ଲାଇଭ ବ୍ୟାଣ୍ଡ ଅନୁଷ୍ଠାନର ମେଲୋଡି କୁଇନ୍ ଇରା ମହାନ୍ତି ଏବଂ ଅନ୍ୟାନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ପରିବେଷଣ ରେ ଦର୍ଶକ ଝୁମିଥିଲେ। ରାତି ପ୍ରାୟ ସାଢେ ୧୧ ଟାରେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ଓରଫ ନାଗା ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଦିଗପହଣ୍ଡି ସ୍ଥିତ ମା ‘ ଫୁଲସୁନ୍ଦରୀ ନାଟ୍ୟ ସଂସଦର କଳାକାର ବୃନ୍ଦ ସାମାଜିକ ନାଟକ ‘ ହରିଶ୍ଚନ୍ଦ୍ର ‘ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ,ଦୀପକ କୁମାର ମିଶ୍ର,ପ୍ରଦୀପ କୁମାର ପଣ୍ଡା,ନୀଳମାଧବ ଗୌଡ଼, କେ.କୁନା, ଶିବ ଶଙ୍କର ମହାଙ୍କୁଡ଼, ଅର୍ବ୍ଦୁ.ଗୋବିନ୍ଦ ,ଆଶିଷ କୁମାର ପଟ୍ଟନାୟକ, ଏ.ସାକିଲି, ଶିବଶଙ୍କର ମହାରଣା, କେ. ରାଜେନ୍ଦ୍ର, ରବିନ୍ଦ୍ର କୁମାର ମାର୍ଥା, ପୁରୁଷୋତ୍ତମ ପାତ୍ର,ହିମାଂଶୁ ପାଣିଗ୍ରାହୀ, ବୈକୁଣ୍ଠ ସ୍ବାଇଁ, ଏମ. ବୀର,ଦିବାକର ପ୍ରଧାନ, ଏ.ବନମାଳୀ, ଦୁର୍ଗା ପ୍ରସାଦ ମେକାପ,ନରେନ୍ଦ୍ର ସାହୁ,ସତ୍ୟନାରାୟଣ ରେଡ୍ଡୀ, ଏ.ସନ୍ତୋଷ ଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରା ରେ ଭିଡ ନିୟନ୍ତ୍ରଣ କରିଥିଲେ ।ଗୁରୁବାର ମା ‘ ବୁଢ଼ୀ ଠାକୁରାଣୀଙ୍କ ସେବାୟତ ମାନେ ପରିବାର ସହ ରହୁଥିବା ଚିକିଟିଆ ସାହି ରେ ପହଞ୍ଚିଥିଲେ।ଶାଶୁ ଘରୁ ମାଆ ଘରକୁ ବୁଲି ଆସିଥିବା ବୁଢ଼ୀ ଠାକୁରାଣୀଙ୍କୁ ସେବାୟତ ମାନେ ଘର ମଧ୍ୟକୁ ନେଇ ପୂଜାର୍ଚ୍ଚନା କରିଥିଲେ।ସେଠାରେ ଖିରି,କାକରା,ପିଠା ପଣା ଖାଇ ସାହି ର ସ୍ବର୍ଗତ ନଟବର ମିଶ୍ର ଙ୍କ ଘର ସମ୍ମୁଖରେ ପୂଜା ପାଉଥିବା ଭଉଣୀ ମା ‘ ଫୁଲସୁନ୍ଦରୀ ଙ୍କ ମଣ୍ଡପରେ ବିଜେ ହୋଇଥିଲେ।ବିଧି ମୁତାବକ ମା ‘ ଙ୍କୁ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ ଟାରେ ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ଅନୁଷ୍ଠାନ ର ସମ୍ପାଦକ ଆଲୋକ ବିଷୋୟୀ ଙ୍କ ସଂଯୋଜନାରେ କଳାକାର ବୃନ୍ଦ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାତି ପ୍ରାୟ ସାଢେ ୧୧ ଟାରେ ବ୍ରହ୍ମପୁର ଗୋସାଇଁନୂଆଗାଁ ମା ‘ କାଳୁଆ ନାଟ୍ୟ କଳାକାର ସଂଘ(ସାନଆଖଡ଼ା) ପକ୍ଷରୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଏନ. ରାମବାବୁ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ‘ ତୁ ବଦଳି ଗଲୁ ମୁଁ ସେମିତି ଅଛି ‘ ଅପେରା ମଞ୍ଚସ୍ଥ ହୋଇଥିଲା।


