ଡକ୍ଟରେଟ୍ ଉପାଧି ପାଇଲେ ଡକ୍ଟର ରତିକାନ୍ତ ରାଉତ
ହାଟଡିହି (ଓ୍ବାଇଏନଏସ) : ଆଇକୋନିକ୍ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଏଜୁକେସନାଲ୍ ଅର୍ଗାନାଇଜେସନ୍ ପକ୍ଷରୁ ଡକ୍ଟର ରତିକାନ୍ତ ରାଉତଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ସଂସ୍ଥାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ ନିକଟରେ ନ୍ୟସ୍ତ କ୍ଷମତା ଏବଂ ମୂଲ୍ୟାୟନ ବୋର୍ଡର ବିଚାର ଓ ସୁପାରିସ ଆଧାରରେ ଡକ୍ଟର ରତିକାନ୍ତ ରାଉତଙ୍କୁ ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଦିଲ୍ଲୀର ଟେକନୋଲୋଜିକାଲ ୟୁନିଭର୍ସସିଟ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବଲିଉଡ ଅଭିନେତା ସୁନୀଲ ଚିତକାରା, ତିହାର ଜେଲର ଅବସରପ୍ରାପ୍ତ ଉପ ଅଧିକ୍ଷକ ଅଜୟ ଭାଟିଆ, ଡାଇରେକ୍ଟର ଈଶା ସିମୱାଲ, ମେଘନା ଶର୍ମା ପ୍ରମୁଖ ଉପସ୍ଥିତ ରହି ରତିକାନ୍ତଙ୍କୁ ଏହି ଉପାଧିରେ ସମ୍ମାନିତ କରିଥିଲେ। ଏହି ଉପାଧି ପ୍ରଦାନକୁ ନେଇ ଡକ୍ଟର ରତିକାନ୍ତ ରାଉତଙ୍କୁ ଶୁଭେଚ୍ଛୁ ଓ ଅଭିନନ୍ଦନ ର ସୁଅ ଛୁଟିଛି।


