ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ: ବର୍ଷକ ପରେ ମଝି ରାସ୍ତାରେ ଭୟଙ୍କର ଗାଢ଼

ଧାମନଗର (ଓ୍ବାଇଏନଏସ): ଧାମନଗର-ବାରିକପୁର ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ:ବର୍ଷକ ପରେ ମଝି ରାସ୍ତାରେ ଭୟଙ୍କର ଗାଢ଼ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସୁରକ୍ଷା ଦେଉଛି ପୋଲିସ ବ୍ୟାରିକେଡ୍ ବିଭାଗ ଦୃଷ୍ଟି ଦେବାକୁ ଦାବି। ତେବେ ସମ୍ପ୍ରସାରଣ କାର୍ଯ୍ୟକୁ ବର୍ଷେ ବିତିଥିଲେ ମଧ୍ଯ ରାସ୍ତାର ଦୁରବସ୍ଥା ସୁଧୁରୁନାହିଁ। ଏହି ପୂର୍ତ୍ତ ରାସ୍ତା ସ୍ଥାନୀୟ ଲୋକଙ୍କ ଯାତାୟାତର ପ୍ରମୁଖ ମାଧ୍ଯମ ବୋଲି କୁହାଯାଇଛି। ଆଗକୁ ଲକ୍ଷ୍ମୀପୂଜା ଓ କାଳୀପୂଜା ଥିବାରୁ ଯାନବାହନ ଚଳାଚଳ ବଢ଼ିବା ଆଶଙ୍କା ରହିଛି। ଠିକାଦାରଙ୍କ ମନମୁଖୀ ବେପରୁଆ ଯୋଗୁଁ କାର୍ଯ୍ୟ ମନ୍ଥର ଓ ପୂର୍ତ୍ତ ଯନ୍ତ୍ରୀଙ୍କ ତଦାରଖରେ ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ ବ୍ୟାରିକେଡ୍ ଏବେ ବିରାଟ ଗାଢ଼ ନିକଟରେ ଯାତ୍ରୀଙ୍କୁ ସତର୍କ କରାଉଛି। ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକଠାରୁ ଧାମନଗର ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଲମ୍ବା ରାସ୍ତା କାର୍ଯ୍ୟ ପାଇଁ ଟେଣ୍ଡର ନେଇ ଅଧାରୁ ଛାଡ଼ି ଠିକାଦାର ଚାଲିଯାଇଥିବା ଆଲୋଚନା ହେଉଛି।ତେବେ ବିଭାଗ ପକ୍ଷରୁ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ପାର୍ବଣ ସମୟରେ ଅଧିକ ଯାନବାହନ ଚଳାଚଳକୁ ଦୃଷ୍ଟିରେ ରଖି ଭଗବାନପୁର ଛକ ଠାରେ ଥିବା ଗାଢ଼କୁ ତୁରନ୍ତ ମରାମତି କରିବା ସହ ବାକି ରହିଥିବା ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଜନସାଧାରଣ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ