ପାରଳାଖେମୁଣ୍ଡିରେ ମା ଦୁର୍ଗାଙ୍କ ଭସାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରରେ ଆୟୋଜିତ ସମସ୍ତ ଦୁର୍ଗାମଣ୍ଡପରୁ ମା ଦୁର୍ଗାଙ୍କୁ ପୂଜା ପାଠ କରି ମେଲାଣି ଦେଇ ଭସାଣି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି. ମା ଦୁର୍ଗାଙ୍କ ଏହି ଭସାଣି କାର୍ଯ୍ୟକ୍ରମକୁ ମହାସମାରୋହରେ ନାଚ ଗୀତ ବିଭିନ୍ନ ବାଦ୍ୟ, ଶଙ୍ଖ, ମହୁରୀ ଓ ବିଭିନ୍ନ ରକମର ବାଣ ଫୁଟାଇ ବିରାଟ ବିରାଟ ପଟୁଆରରେ ମାଙ୍କ ବିସର୍ଜନ କାର୍ଯ୍ୟକ୍ରମରେ ପାରଳା ସହର ମୁଖରିତ ହୋଇ ଚଳଚଞ୍ଚଳ ହୋଇଉଠିଛି. ପାରଳା ସହରର ଖଞ୍ଜାସାହି ଛକ ଠାରେ ଅନୁଷ୍ଠିତ ଦୁର୍ଗା ମେଢ଼ ସମେତ ପାୱାର ହାଉସ ଦୁର୍ଗା ମେଢ଼, ଜନ ସ୍ୱାସ୍ଥ୍ୟ ବିଭାଗର ଦୁର୍ଗା ମେଢ଼, କବିଚନ୍ଦ୍ର ସାହି, ବଡ଼ ବ୍ରାହ୍ମଣ ସାହି, ରାଜଗୁରୁ ସାହି ଆଦିରେ ଅନୁଷ୍ଠିତ ଦୁର୍ଗା ମେଢ଼ ଏବଂ ପୋଲିସ ବ୍ୟାରେକ ଦୁର୍ଗା ମେଢ଼ ଆଦି ସମସ୍ତ ଅଞ୍ଚଳରେ ଆୟୋଜିତ ଦୁର୍ଗା ମଣ୍ଡପ ଠାରୁ ମାଆଙ୍କୁ ମେଲାଣି ଦେଇ ପାରଳା ସହର ପରିକ୍ରମା କରିବା ସହ ମହେନ୍ଦ୍ରତନୟା ନଦୀରେ ମାଆ ଦୁର୍ଗାଙ୍କ ବିସର୍ଜନ କାର୍ଯ୍ୟକ୍ରମକୁ ସମାପନ ହୋଇଯାଇଛି. ଶାନ୍ତିଶୃଙ୍ଖଳାର ସହ ସମସ୍ତ ମେଢ଼ର ବିସର୍ଜନ କାର୍ଯ୍ୟକ୍ରମ ସମାପନ ପାଇଁ ପାରଳା ପୋଲିସ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।


