ଘୁମୁସରର ସ୍ବର ପକ୍ଷରୁ ୧୬୬ତମ ସାହିତ୍ୟ ଆଲୋଚନା ଚକ୍ର
ବୁଗୁଡ଼ା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସ୍ଥିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ ଠାରେ “ଘୁମୁସର ର ସ୍ବର” ପକ୍ଷରୁ ୧୬୬ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବାଲିପଦର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ସମାଜସେବୀ ଖଲି ପରିଡ଼ା, କେ.ରାଘବ ଚରଣ ପାତ୍ର, କବି ପଦ୍ମଲୋଚନ ଗୌଡ଼, ନିରଞ୍ଜନ ପାତ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁରେନ୍ଦ୍ର ନାଥ ଜେନା ପ୍ରମୁଖ ଯୋଗଦେଇ ଉତ୍କଳୀୟ ସଂସ୍କୃତିରେ କୁମାର ପୁର୍ଣ୍ଣିମା ସମ୍ପର୍କରେ ଆଲୋଚନା କରି ନୂତନ ଯୁବ ପିଢ଼ିଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଶେଷରେ ଶାରଦୀୟ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା।


