ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକ ଙ୍କୁ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ୧୦ ରୁ ଉର୍ଦ୍ଧ୍ବ ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି।ତାଙ୍କ ଡାହାଣ ହାତ,ମୁଣ୍ଡ ଓ ବାମ ଗୋଡ ସମେତ ଶରୀର ର ଅନ୍ୟ ଭାଗ ରେ ଖଣ୍ଡା ଚୋଟ ଲାଗିଛି। କାଳୁ ଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସେଠାରେ କାଳୁ ଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଏନେଇ କାଳୁ ଙ୍କ ଭାଇ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।ଆଇଆଇସି ବିଶ୍ୱଜିତ ନାୟକ ସଦଳବଳେ ଗାଁ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି। ସନ୍ଧ୍ୟାରେ କାଳୁ ତାଙ୍କ ଭଣଜା ରାମକୃଷ୍ଣ ଗୌଡ଼ ଙ୍କ ବାଇକ ର ବସି ଗାଁ ଛକ ରେ ଥିବା ବାଡ କୁ ପାଳ ଗୋଛା ଆଣିବାକୁ ଯାଇଥିଲେ। ରାମକୃଷ୍ଣ ତାଙ୍କୁ ସେଠାରେ ବାଇକ ରୁ ଓହ୍ଲାଇ ସଉଦା ଆଣିବାକୁ ଭୀଷ୍ମଗିରି ଗ୍ରାମକୁ ପଳାଇଥିଲେ। ପୂର୍ବ ଯୋଜନା ପ୍ରକାରେ ସେଠାରେ ଛକି ମନୋଜ ଗାଁ ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ର ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ତାଙ୍କୁ ଚାରିପଟୁ ଘେରି ଯାଇ ଖଣ୍ଡା, କାତି ଓ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଭଣଜା ରାମକୃଷ୍ଣ ବାଇକ ରେ ଗାଁ କୁ ଫେରୁଥିବା ବେଳେ ତାଙ୍କୁ ମଧ୍ୟ ସେମାନେ ଗୋଡାଇବା ରୁ ସେ କୌଶଳକ୍ରମେ ସେଠାରୁ ଦ୍ରୁତ ଗତି ରେ ବାଇକ ଯୋଗେ ପଳାଇ ପରିବାର ଲୋକଙ୍କୁ ଫୋନ ରେ ସବୁ ଘଟଣା କହିଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି କିଛି ଗ୍ରାମବାସୀ ଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ପ୍ରାୟ ୨୫ ବର୍ଷ ଧରି ଗାଁ ରେ ଦୁଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ଲାଗି ରହିଛି। ଉଭୟ ଗୋଷ୍ଠୀ ର ସଦସ୍ୟ ମାନଙ୍କ ନାଁ ରେ କେ.ନୂଆଗାଁ ଥାନାରେ ୧୨ ରୁ ଉର୍ଦ୍ଧ୍ବ ମାମଲା ରହିଛି। କାଳୁ ଗୌଡ଼ ଙ୍କ ନାଁ ରେ ମଧ୍ୟ ପୂର୍ବରୁ ଏକ ହତ୍ୟା ମାମଲା ରହିଛି। ସର୍ତ୍ତ ମୂଳକ ଜାମିନ ରେ ସେ ଜେଲ ରୁ ଫେରିଛନ୍ତି । ଗତ ୨୦୨୫ ନଭେମ୍ବର ୫ ତାରିଖରେ ସହଦେବ ଟିକରପଡ଼ା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ୟାମ ନାଇକ ଙ୍କୁ ଗାଁ ରାସ୍ତାରେ ହତ୍ୟା ଉଦ୍ୟମ ମାମଲାରେ କାଳୁ ଗୌଡ଼ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ସେ ଜେଲ ରୁ ଜାମିନରେ ମୁକୁଳିବା ପରେ ଗ୍ରାମର ସାମାଜିକ କର୍ମୀ ମନୋଜ ପଟ୍ଟନାୟକ ଙ୍କୁ ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ କାଳୁ ଏବଂ ତାଙ୍କ ଗୋଷ୍ଠୀର କିଛି ସଦସ୍ୟ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ସେ କୋର୍ଟ ରୁ ଜାମିନ ରେ ଥିବା ପୋଲିସ କହିଛି।


