ଅର୍ଣ୍ଣବ ବାତ୍ୟା ଯୋଗୁଁ ଗଜପତିରେ ସମସ୍ତ ପର୍ଯ୍ୟଟନ କେନ୍ଦ୍ର ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):  ଅର୍ଣ୍ଣବ ବାତ୍ୟା ଯୋଗୁଁ ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ରହିଥିବା ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଠାରେ ଭୂଷ୍ଫଳନ ଦ୍ୱାରା ମାଟି ଅତଡ଼ା ଓ ପଥର ଖସିବା, ଝରଣାରେ ଜଳପ୍ରବାହ ବୃଦ୍ଧି ଓ ରାସ୍ତା ଅବରୋଧ ଆଶଙ୍କା ଥିବାରୁ ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ସାଧାରଣଙ୍କ ପ୍ରାଣରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ  ଆଜି ଠାରୁ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇ ଜିଲ୍ଲାର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ବନ୍ଦ କରାଯାଇଛି. ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏନେଇ ଏକ ସ୍ୱତନ୍ତ୍ର ଚିଠି ଦ୍ୱାରା ଜିଲ୍ଲା ଏସପି, ଡିଏଫଓ ଏବଂ ବିଡ଼ିଓମାନଙ୍କୁ ଆଜିଠାରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି. ଏହାଦ୍ୱାରା ଆଜିଠାରୁ ଗଜପତି ଜିଲ୍ଲାର ସୁପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ଯ୍ୟଟନ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଓ ସମସ୍ତ ଜଳପ୍ରପାତ ଆଜିଠାରୁ ବନ୍ଦ ଘୋଷଣା ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ