ମା ଗଜଲକ୍ଷ୍ମୀ ବିରାଜମାନ, ବାତ୍ୟା ପ୍ରଭାବରେ ଉତ୍ସବ ଫିକା ପଡିବା ଆଶଙ୍କା

ଗୁଣପୁର (ୱାଇଏନଏସ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କର ପୂଜାର ଶୁଭାରମ୍ଭ ହୋଇଛି। ମା’ଙ୍କ ଆବାହନୀ ପୂଜା ଓ ଯଜ୍ଞରେ ସମଗ୍ର ଗୁଣପୁର ସହର ଉତ୍ସବ ମୁଖର ହୋଇଉଠିଛି। ଗତଦୁଇ ଦିନ ହେଲା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ  ଭିଡ଼ ଜମି ଥିବା ଲକ୍ଷ୍ୟ କରାଯାଇଛି।ତେବେ ମଙ୍ଗଳବାର ଦିନ ସକାଳ ଠାରୁ ବଙ୍ଗୋପସାଗରରେ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ଦୁଇ ଦିନ ବର୍ଷା ପବନ ହେବା ସମ୍ଭାବନା ଥିବାରୁ ଉତ୍ସବରେ ଫିକା ପଡିବା ନେଇ ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ସହରରେ ତିନୋଟି ସ୍ଥାନରେ  ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ଆବାହନ କରାଯାଇଛି। ପୂଜା ପ୍ରତିଷ୍ଠାନଗୁଡ଼ିକରେ ବ୍ରାହ୍ମଣ ପୁରୋଧାମାନଙ୍କର ପବିତ୍ର ମନ୍ତ୍ରଧ୍ବନି ଓ ବୈଦିକ ରୀତି ଓ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସ୍ବର୍ଣ୍ଣ ମୁକୁଟ ଓ ରୁପାମେଢ଼, ରତ୍ନ ଅଳଙ୍କାର ସହିତ ବିଭିନ୍ନ ପୁଷ୍ପରେ ସଜ୍ଜିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣ ପାଲଟିଛି। ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଘଣ୍ଟ, ଖୋଳ, ଝାଞ୍ଜ, ଯୋଡ଼ି ନାଗରା, ଶଙ୍ଖ ଏବଂ ହରିବୋଲ, ହୁଳହୁଳି ଧ୍ବନିରେ ସାରା ସହର ପ୍ରକମ୍ପିତ ହେଉଛି। ଝୁଣା, ଗୁଗୁଳ, ଧୂପ, ଦୀପ ଓ ଯଜ୍ଞଘୃତରେ ସହର ମହକି ଉଠୁଛି ଆବାଳ ବୃଦ୍ଧ ବନିତା ଶ୍ରଦ୍ଧାଳୁମାନେ ମା’ଙ୍କ କରୁଣା ଲାଭପାଇଁ ପୂଜା ମଣ୍ଡପଗୁଡ଼ିକରେ ଭିଡ଼ ଲଗାଇ ମା’ଙ୍କ ଦର୍ଶନ କରିଛନ୍ତି। ଗତକାଲି ମା’ଙ୍କର ଧରାବତରଣ ପୂଜା ରାତି ଗୋଟିଏ ପର୍ଯ୍ୟନ୍ତ ଚାଲିଥିଲା|
 ମା’ଗଜଲକ୍ଷ୍ମୀଙ୍କ ଭାଇଚାରା ସହାବସ୍ଥାନ ମଧ୍ୟରେ ଏହି ପର୍ବ ପାଳନ କରାଯାଉଛି। ସାରା ସହରରେ ବିଭିନ୍ନ ସ୍ଥାନରେ ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମନୋହରି ସାମଗ୍ରୀର ଅପୂର୍ବ ସମାଗମ ହୋଇଛି। ଗଜଲକ୍ଷ୍ମୀ -ପୂଜା ପାଇଁ କିଛି ବର୍ଷ ହେଲା ପ୍ରସିଦ୍ଧ ଲାଭ କରିଥିବା ଗୁଣପୁର ସହର ଚଳ ଚଞ୍ଚଳ ହୋଇ ଉଠିଛି । ସପ୍ତାହ ଧରି ଚାଲିବାକୁ ଥିବା ଗଜଲକ୍ଷ୍ମୀ ପୂଜା ଗୁଣପୁର ସହରର  ମରାଠୀଗୁଡା, ବାବୁଲି ନଗର -ବୃନ୍ଦାବତୀ ନଗର ଓ ରେଳ ଷ୍ଟେସନ ଛକରେ ମା’ଙ୍କ ମୃଣ୍ମୟୀ ମୂର୍ତି ସୁ ସଜ୍ଜିତ ହୋଇଥିବା ବେଳେ ତୋରଣ ଓ ମେଢ଼ କାର୍ଯ୍ୟ ଆକର୍ଷଣୀୟର କେନ୍ଦ୍ର ବିନ୍ଦୁ ପାଲଟିଛି । ସ୍ୱର୍ଶ ରୌପ୍ୟ ରଙ୍ଗର ମେଢ଼ ଅଳଙ୍କାର ସହିତ ବିଭିନ୍ନ ପୁଷ୍ପରେ ସଜ୍ଜିତ ମା’ଙ୍କ ଆକର୍ଷଣୀୟ ଜୀବନ୍ତ ପ୍ରାୟ ମୃଣ୍ମୟୀ ମୂର୍ତି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିମୋହିତ କରିଛି ।  ପୂଜା ମଣ୍ଡପ ଗୁଡିକରେ ବ୍ରାହ୍ମଣ ଓ ପୁରୋଧାମାନଙ୍କର ପବିତ୍ର ମନ୍ତ୍ରଧ୍ଵନୀ ଓ ବୈଦିକ ରୀତି ଓ
ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ନବନ ବର୍ଷରେ ପଦାର୍ପଣ ବୃନ୍ଦାବତୀ ନଗରର ବିବିଏନ ପୂଜା କମିଟି ପକ୍ଷରୁ ନୂତନ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଆୟୋଜନ ହୋଇଛି । ପୂଜକ ରୂପେ ପ୍ରକାଶ ରଥ, କାଶୀ ମିଶ୍ର,ଫକୀର ମିଶ୍ର ପାରମ୍ପରିକ ରୀତିରେ ପୂଜା ଅର୍ଚ୍ଚନା ଦାୟିତ୍ଵ ତୁଲାଉଛନ୍ତି । ପୂଜା କମିଟିର ସଭାପତି ଜଗନ୍ନାଥ ପଟ୍ଟନାୟକ, ସମ୍ପାଦକ ବୁଲୁ ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବୋଧନରେ   ପୂଜା ଆୟୋଜନ କରାଯାଇଛି। ସ୍ଵତନ୍ତ୍ର ଭାବେ କେବଳ  ବିବିଏନ ପୂଜା କମିଟି ପକ୍ଷରୁ ରାଜନୈତିକ ନେତା ଓ ଅଧିକାରୀ ମାନଙ୍କ ସହଯୋଗ ରାଶି ଆଧାରରେ ଆକର୍ଷଣୀୟ ଉପୋଢକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଉଛି। ସେହିପରି  ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି  ସାହୁକାର ଓ ସମ୍ପାଦକ ଶିବ ପ୍ରସାଦ ମହାପାତ୍ରଙ୍କ ତତ୍ଵବୋଧନରେ ଆୟୋଜିତ ପୂଜା ୨୮ ବର୍ଷରେ ପଦାର୍ପଣ କରିଛି।   ପୂଜକ ରୂପେ ନବୀନ ରଥ,ଜଗନ୍ନାଥ ମହାପାତ୍ର, ପ୍ରକାଶ ରଥ, ଗୁପ୍ତେଶ୍ଵର ଆଚାର୍ଯ୍ୟ ଏବଂ କର୍ତା ରୁପେ ଅକ୍ଷୟ କୁମାର ରାଜଗୁରୁ ମହାପାତ୍ର ତୁଲାଉଥିବା ବେଳେ ପୂଜା ମଣ୍ଡପରେ ପ୍ରତିଦିନ ମଧ୍ୟାହ୍ନ ରେ ପ୍ରସାଦ ବିକ୍ରୟ ବ୍ୟବସ୍ଥା କରାଯାଇଛି । ମରାଠୀଗୁଡା ପୂଜା କମିଟି ପକ୍ଷରୁ ମୀନାବଜାର ସମେତ ଅନ୍ୟାନ୍ୟ କି ସମର ଦୋକାନ ପସରା ମେଲିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅପର ପକ୍ଷରେ ରେଳ ଷ୍ଟେସନ ଛକ ଠାରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ଯାକଜକମରେ ଆୟୋଜନ କରାଯାଇଛି ।  ଏଥିରେ ଆଇନଜୀବୀ ଅକ୍ଷୟ ଶତପଥି ସଭାପତି, ପୂର୍ଣ୍ଣ ଚନ୍ଦ୍ର ବାଉରୀ ସମ୍ପାଦକ ରୂପେ,  ଲୋକନାଥ ଷଡ଼ଙ୍ଗୀ ପୂଜକ ଏବଂ ଜୟଦେବ ନନ୍ଦ କର୍ତ୍ତା ରୂପେ ଦାୟିତ୍ଵ ତୁଲାଉଛନ୍ତି। ପୂଜା ମଣ୍ଡପ ଗୁଡିକ ଏବଂ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ  ଏସଡିପିଓ ବାବୁଲି ନାୟକ ଏବଂ ଆଇଆଇସି କେକେବିକେ କହଁର ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ