ମା ତାରିଣୀଙ୍କ ୮୩ ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି
କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ୮୩ ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି . ଚଇତି ପର୍ବ ତଥା ମାଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ତତ୍ପର ହୋଇ ପଡିଛନ୍ତି . ଚଇତି ପର୍ବରେ ମାଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ସହିତ ଖରାକୁ ମୁକାବିଲା କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି .ଏଥି ସହିତ ମନ୍ଦିରରେ ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ତଥା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତିତି ହାତକୁ ନିଆ ଯାଇଛି .
ଆସନ୍ତା ଏପ୍ରଲ ୯ରୁ ଆରମ୍ଭ ହୋଇ ୧୫ ତାରୀଖ ପର୍ୟ୍ୟନ୍ତ ୭ ଦିନ ଧରି ମା ତାରିଣୀଙ୍କ ୮୩ ତମ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେବାକୁ ଯାଉଛି . ଏହି ଚଇତି ପର୍ବ ମାଙ୍କ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳିତ ହୋଇଥାଏ . ପର୍ବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି . ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିଷର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରା ଯାଇଛି ୭ ଦିନ ଧରି . ମା ତାରିଣୀ ସୁନା ବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ. ଏହି ଅବସରରେ ମାଙ୍କ ପିଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କରାଣରୁ ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିଗେଟ ବ୍ୟବସ୍ଥା କରାଯାଇଛି . ଏଥି ସହିତ ଶୃଙ୍ଖଳା ଦର୍ଶନ ଓ ମାଙ୍କ ପୂଜା କାର୍ୟ୍ୟ ପାଇଁ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହେବେ ବୋଲି ପୂଜକ ସଂଙ୍ଘ ପ୍ରକାଶ କରିଛନ୍ତି .


