ତପ୍ତପାଣି ଘାଟି ରାସ୍ତାରେ ପାଣି ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ର ପାଳୁଖଳା ଗାଁ ନିକଟ ୩୨୬ ନଂ ଜାତୀୟ ରାଜପଥ ରେ ବୁଧବାର ସକାଳୁ ନିକଟସ୍ଥ ଧାଙ୍ଗୁଡ଼ି ପାହାଡ଼ ର ଝରଣା ପାଣି ପ୍ରାୟ ୨ ଫୁଟ ଉଚ୍ଚ ରେ ପ୍ରବାହିତ କାରଣରୁ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର,କୋରାପୁଟ, କଳାହାଣ୍ଡି, ମାଲିକାନାଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ କୁ ସଂଯୋଗ କରୁଥିବା ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ବ୍ରହ୍ମପୁର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ର ଯନ୍ତ୍ରୀ ବୃନ୍ଦ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଓ ପାଟପୁର ଥାନା ପୋଲିସ କର୍ମଚାରୀ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ହିଟାଚି ମେସିନ ଲଗାଇ ଲୋକଙ୍କ ସହାୟତା ରେ ରାସ୍ତା କଡ଼ ରେ ନାଳ ଖୋଳି ବାରୁ ପାଣି ନିଷ୍କାସିତ ହୋଇଥିଲା। ସେହିପରି ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ରାସ୍ତାକଡ ରେ ପାହାଡ ଧସି ନାଳ ରେ ପ୍ରବଳ ପାଣି ପ୍ରବାହିତ ହେବାରୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚ ରେ ପାଣି ପ୍ରବାହିତ ହେବାରୁ ରାସ୍ତାରେ ଚଳପ୍ରଚଳ ଠପ୍ ହୋଇଯାଇଥିଲା।ପରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ବର୍ଷାଜଳ ନିଷ୍କାସନ କରିଥିବା ଜଣାପଡିଛି।


