ଡାକ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଉଗାଁ, (ଓ୍ବାଇଏନଏସ):ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ଶାଖା-ଡାକଘର କାର୍ଯ୍ୟାଳୟରେ ଡାକ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ସାଉଥ ଡିଭିଜନ ଓ ଜଗତସିଂହପୁର ସବଡିଭିଜନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଥ ଡିଭିଜନର ଡାକ ଅଧିକ୍ଷକ ପରମେଶ୍ୱର ନାୟକ, ଜଗତସିଂହପୁର ସବଡିଭିଜନର ସହ-ଡାକ ଅଧିକ୍ଷକ ମୋନାଲିସା ଦାସ,ସାମାଜିକ କର୍ମୀ ବିଜୟ କୁମାର ବେହେରା, କୋରୁଅ ଶାଖା ପରିଚାଳକ ସଚ୍ଚିକାନ୍ତ ପ୍ରଧାନ, ସହ ଶାଖା ପରିଚାଳକ ଦାମୋଦର କାଣ୍ଡି ଆଦି ଯୋଗ ଦେଇଥିଲେ। ଡାକ ବିଭାଗ ତରଫରୁ ଡାକ ଭ୍ୟାନ ଯୋଗେ ପ୍ରୋଜେକ୍ଟର ମାଧ୍ୟମରେ ଡାକ ବିଭାଗ ଦ୍ୱାରା ଗ୍ରାମାଂଚଳର ଜନସାଧାରଣ ମାନେ କିକି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ସଚେତନ କରାଯାଇଥିଲା। ପରେ ଡାକ ହିତାଧିକାରୀଙ୍କ ମଧ୍ୟରେ ଏକ ଖେଳ ଖେଳାଯାଇଥିଲା। ଏହି ଖେଳରେ ୩ ଜଣ ମହିଳା ୩ଟି ଗଂଜି, ଜଣେ ବାଳକ ଓ ଜଣେ ପୁରୁଷଙ୍କୁ ୨ଟି ଟୋପି ପ୍ରଦାନ କରାଯାଇଥିଲା। ପରେ ହିତାଧିକାରୀମାନେ ନିକଟସ୍ଥ ଡାକଘର ଦ୍ୱାରା କିପରି ସହଜ ଓ ସୁବିଧାରେ ସଂଚୟ କରିପାରୁଛନ୍ତି ସେ ବିଷୟରେ ମତବ୍ୟକ୍ତ କରିଥିଲେ।ପରେ କୋରୁଅ ପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ ଅଧିକ୍ଷକ ନାୟକ,ସହ ଅଧିକ୍ଷକ ଦାସ ଯୋଗ ଦେଇ ଡାକ ଘରର ଦ୍ୱାରା ହେଉଥିବା ବିଭିନ୍ନ ସଂଚୟ ଯଥା ସୁକନ୍ୟା ସମୃଦ୍ଧି ଯୋଜନା,ଆର.ଡି,ଫିକ୍ସ ଡିପୋଜିଟ,ଆରପିଏଲଆଇ,ପିଏଲଆଇ, ପିପିଏଫ ଆଦି ସ୍କିମ ବିଷୟରେ ଆଲୋକପାତ କରିଥିଲେ। ସ୍ୱଳ୍ପ ସଂଚୟ ମାଧ୍ୟମରେ ଆମେ କିପରି ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବା ଓ ନିଜର ଆବଶ୍ୟକତା ସମୟରେ ତାହାକୁ କାର୍ଯ୍ୟରେ ଲଗାଇ ପାରିବା ଅତିଥିମାନେ ସେ ବିଷୟରେ ହିତାଧିକାରୀମାନଙ୍କୁ ବୁଝାଇଥିଲେ। ସମସ୍ତେ ନିଜର ସ୍ୱଳ୍ପ ରୋଜଗାରରୁ କିଛି ଅର୍ଥ ନିକଟସ୍ଥ ଡାକଘରେ ସଂଚୟ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ନାଉଗାଁ ଉପ-ଡାକଘର ଅଧିନରେ ଥିବା ୧୦ଟି ଶାଖା ଡାକ ଘରର ଶାଖା ପରିଚାଳକ, ନିକଟସ୍ଥ ଗ୍ରାମର ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ