ଆମ ପୋଲିସ ସମିତି ବୈଠକ

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ପରିସରରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଏସ୍‌ଆଇ ତ୍ରିପୁରା ସୁନ୍ଦରୀ ସେଠୀ, ଏଏସ୍‌ଆଇ ରାଘବ ବେହେରା, ଏଏସ୍‌ଆଇ କଳିନ୍ଦ୍ର ପ୍ରଧାନ ଓ ଏଏସ୍‌ଆଇ ଅନୁପ ଲୁଗୁନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଆମ ପୋଲିସ ସମିତିର ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ପ୍ରମୋଦ କୁମାର ନାୟକ, ଦୁଃଶାସନ ସାହୁ, ବୀରେନ୍ଦ୍ର କୁମାର ବିଶ୍ୱାଳ, ମନମୋହନ ବେହେରା ଓ ବାଳକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା, ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ନିକଟରେ ନନ୍ଦିପଦା ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌କାଉଣ୍ଟର କରାଯାଇଥିବା ଘଟଣାକୁ ନେଇ ଆମ ପୋଲିସ ସମିତିର ସଦସ୍ୟମାନେ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ଉଦ୍ୟମକୁ ସଦସ୍ୟମାନେ ସ୍ୱାଗତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ