ଆଦର୍ଶ ଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କ ଅଵସର ଗ୍ରହଣ
ଗୁଣପୁର (ୱାଇଏନଏସ) ପଦ୍ମପୁର ବ୍ଲକ ରାଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିବ ପ୍ରସାଦ ମିଶ୍ର କର୍ମମୟ ଜୀବନରୁ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ରଙ୍କ ଚାକିରୀ ଜୀବନ ୧୦ ଅକ୍ଟୋବର ୧୯୯୧ ମସିହାରେ ବିଷମକଟକ ବ୍ଲକର ଲହରାଗୁଡ଼ି ବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ଏହାପରେ ପଦ୍ମପୁର ବ୍ଲକକୁ ବଦଳି ହୋଇ ସାରୁପାଡୁ,ଉପରଧାରାପୁର,ଖିଲାପଦର, ରାଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଗତ ୩୧ ତାରିଖ ଶନିବାର ଦିନ ଚାକିରୀ ଜୀବନରୁ ଅଵସର ଗ୍ରହଣ କରିଥିଲେ। ଶ୍ରୀ ମିଶ୍ର ଜଣେ ଆଦର୍ଶ ଓ ନିଷ୍ଠାପର ଶିକ୍ଷକ ରୁପେ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ସେ ଶିକ୍ଷକ ରୂପେ ଶିକ୍ଷାଦାନ ସହିତ ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ଭାବରେ ମଧ୍ୟ ପରିଚିତ ଥିଲେ। ଏହି ଅଵସରରେ ରାଡୁ ବିଦ୍ୟାଳୟ ପରିସରରେ ଶ୍ରୀ ମିଶ୍ରଙ୍କ ସମାନାର୍ଥେ ପ୍ରଧାନ ଶିକ୍ଷୟିତ୍ରୀ ନିଳିମା କୁମାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ପଦ୍ମପୁର ବ୍ଲକ ବିଇଓ ହୃଷୀକେଶ ରଥ , ମୁଖ୍ୟ କିରାଣି ରମାକାନ୍ତ ମହାପାତ୍ର, ବିଦ୍ୟାଳୟର ଶିକ୍ଷକ ହରିହର ମହାରଣା ଓ ଶିକ୍ଷକ ବାଲାଗିନି ଶବର ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଶିକ୍ଷକ ଶ୍ରୀ ମିଶ୍ରଙ୍କ କାର୍ଯ୍ୟ ଦକ୍ଷତାର ସ୍ମୃତି ଚାରଣ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିବା ପାଇଁ ସେ ସଠିକ୍ ମାର୍ଗଦର୍ଶନ ଦେଇଥିଲେ ବୋଲି ଉଚ୍ଚ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ,ଛାତ୍ରଛାତ୍ରୀ, ଶୁଭେଚ୍ଛୁ, ନିଜର ସହ ଧର୍ମିଣୀ ପ୍ରମିଳା ମିଶ୍ର ଏବଂ ପରିବାର ଲୋକ ମାନେ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଶିକ୍ଷକ ଶ୍ରୀ ମିଶ୍ର ହେଉଛନ୍ତି ବିଚିକୋଟ ଗ୍ରାମର ସୁନାମଧନ୍ୟ ଜ୍ୟୋତିଷ୍କାର ସ୍ଵର୍ଗତଃ ଶ୍ରୀନିବାସ ମିଶ୍ରଙ୍କ କନିଷ୍ଠ ପୁଅ ।


