ବିଦ୍ୟୁତ୍ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

ହାଟଡିହି (ଓ୍ବାଇଏନଏସ): ଗାଧୋଇବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡ଼ଅଁର ଗ୍ରାମର ଖଗେଶ୍ୱର ବେହେରା। ସୂଚନା ଅନୁଯାୟୀ, ଖଗେଶ୍ୱର ନିଜ ଘର ବାଡ଼ିରେ ଥିବା ନଳକୂପ ନିକଟରେ ଗାଧୋଉଥିଲେ। ଏହି ସମୟରେ ପାଣି ମଟର ନଚାଲିବାରୁ କାହିଁକି ମଟର ଚାଲୁନାହିଁ ବୋଲି ଯାଞ୍ଚ କରିବାକୁ ଯାଇଥିଲେ। ତେବେ ମଟର ଯାଞ୍ଚ କରୁଥିବା ସମୟରେ ଅସାବଧାନତାବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ଲାଗି ଶାଳନିଆଁ ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ଡ଼ଅଁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ