ବାତ୍ୟା ବେଳେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜମିରୁ ଉଦ୍ଧାର

ପାତ୍ରପୁର,(ୱାଇଏନଏସ):ଗତ ଅର୍ଣ୍ଣବ ବାତ୍ୟା ସମୟରେ ଜମିକୁ ଯାଇ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଜରଡ଼ା ଥାନା ଅନ୍ତର୍ଗତ ବରଙ୍ଗ ଗ୍ରାମର ଏ. ଲିମା (୫୪)। ବାତ୍ୟା ସମୟରେ ସେ ଜମିକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ବୁଧବାର ତାଙ୍କ ମୃତଦେହ ଜମିର ହିଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଜରଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ