ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ବିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ବାମରା,(ମନୋଜ କୁମାର ରାଜ): ଓଡ଼ିଆ ୟୁନିଅନ ଅଫ୍ ଜର୍ଣାଲିଷ୍ଟ୍ ( ଓୟୁଜେ ) ଦ୍ୱାରା ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ବିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ବଲପୁର ପ୍ରେସ କ୍ଲବ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଛି। ସଂଘର ସଭାପତି ପ୍ରଭାତ ବେହେରା ଅଧ୍ଯକ୍ଷତା କରିଥିଲେ। ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅମୁଲ୍ୟ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଶରତ ପ୍ରଧାନ ବିବରଣୀ ପଠନ ଓ କୋଷାଧ୍ୟକ୍ଷ ହେମନ୍ତ ରାଉତ ଆୟବ୍ୟୟ ଉପସ୍ଥାପନ କରିଥିଲେ। ସଂଘର ଏକତାକୁ ବଜାୟ ରଖି ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ। ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରୁଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଛି । ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଆସନ୍ତା ୨ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିବା ବେଳେ ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ସ୍ୱାଇଁ ନିର୍ବାଚନ ଅଧିକାରୀ ଦାୟିତ୍ଵ ନିର୍ବାହ କରିଥିଲେ। ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ପ୍ରଭାତ ବେହେରାଙ୍କୁ ସଭାପତି ଓ ଶରତ ପ୍ରଧାନଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ଏହାସହ ଦୀନେଶ ମାହାନା ଓ ଶଙ୍କର ପୃଷ୍ଟିଙ୍କୁ ଉପସଭାପତି, ସନ୍ତୋଷ ପଟେଲ ଓ ତପନ ବିଶ୍ୱାଳଙ୍କୁ ସମ୍ପାଦକ ଓ ପ୍ରଶିଷ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ମନୋଜ ରାଜ ସଂଗଠନ ସମ୍ପାଦକ,ସଞ୍ଜୟ ମିଶ୍ର, ରଶ୍ମିତା ରାଉତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସଚିକାନ୍ତ ସାହୁ ଜାତୀୟ ପରିଷଦ ସଦସ୍ୟ ଏବଂ ଉପଦେଷ୍ଟା ଭାବେ ହରିହର ନାଥ, ବିରଞ୍ଚି ଦର୍କା, ହେମନ୍ତ ରାଉତ, ରଶ୍ମିରଂଜନ ଖଡ଼ିରତ୍ନ ଓ ଦେବେନ୍ଦ୍ର ମିଶ୍ରଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକାରୀ କମିଟିରେ ଜମନକିରା ବ୍ଲକ ସଭାପତି ରାଜେନ୍ଦ୍ର ନାୟକ, ସମ୍ପାଦକ ସୁବାଷ ନାଥ ଶର୍ମା, କୁଚିଣ୍ଡା ସଭାପତି ଦୀନେଶ ନନ୍ଦ, ସମ୍ପାଦକ ରିଙ୍କୁ କୁସୁମ, ରେଙ୍ଗାଲି ସଭାପତି ମନୋଜ ମୁଦୁଲି, ସମ୍ପାଦକ ହିମାଂଶୁ ଦାଶ, ରେଢ଼ାଖୋଲ ସଭାପତି ସୁଶାନ୍ତ ନାଗ, ସମ୍ପାଦକ ସରୋଜ ସାହୁ , ନାକଟିଦେଉଳ ସଭାପତି ରୋହିତ ଭୋଇ,ସମ୍ପାଦକ ମନୋରଞ୍ଜନ ସାହୁ , ଜୁଯୁମୁରା ସଭାପତି ରାଧାମୋହନ ଷଡ଼ଙ୍ଗୀ, ସମ୍ପାଦକ ବିଜୟ ପ୍ରସାଦ, ମାନେଶ୍ଵର ସଭାପତି ଭଗବାନ ପୁରୋହିତ ଓ ବାମରା ସଭାପତି ଖିରୋଦ ସା, ସମ୍ପାଦକ ସତୀଶ ମିଶ୍ରଙ୍କୁ ମନୋନୀତ କରାଯାଇଛି। ନବ ନିର୍ବାଚିତ ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ ୟୁନିଟ କର୍ମକର୍ତ୍ତାଙ୍କୁ ଶ୍ରୀ ସ୍ୱାଇଁ ଶପଥ ପାଠ କରାଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ୯ଟି ସାଙ୍ଗଠନିକ ବ୍ଲକ ୟୁନିଟ ଓ ସମ୍ବଲପୁର ମହାନଗର ସଭ୍ୟ ସଭ୍ୟାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁଧୀର ପାଣିଗ୍ରାହୀ, ଅମୁଲ୍ୟ ମିଶ୍ର, ମୁନା ଶର୍ମା,ଦୁର୍ଗା ବାଘ କ୍ଷିତିରଞ୍ଜନ ପଧାନ, ସଞ୍ଚୟ ପଟେଲ, ଅଶ୍ୱିନୀ ମହାକୁଲ ପ୍ରମୁଖ ଯୋଗ ଦେଇଥିଲେ।


