ରାଇରଙ୍ଗପୁରରେ ଧନତୋରସ ଉତ୍ସାହରେ ପାଳିତ

ରାଇରଙ୍ଗପୁର,(ୱାଇଏନଏସ):ଧନ ତୋରସ ହେଉଛି ହିନ୍ଦୁ ଧର୍ମର ମହାନ ପର୍ବ ଏହି ଦିନ ଆୟୁବେଦ ଦେବତା ଧନନ୍ତରୀ ଦେବ ଓ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ l ଏହା ମା କାଳୀ ପୂଜାର ଦୁଇଦିନ ପୂର୍ବରୁ ହୋଇଥାଏ l ବିଶେଷତଃ ଦୋକାନମାନଙ୍କ ରେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଦୋକାନକୁ ରଙ୍ଗୀନ ଆଲୋକମାଳା ସାଜସଜ୍ଯା କରି ଦୀପ ଜଳାଇଥାନ୍ତି l ଲୋକେ ଏହି ପର୍ବରେ ଝାଡୁ, ଲୁଣ, ଧଣିଆ ଆଦି ତେଜରାତି ଜନିଷପତ୍ର ସହ ଦୀପ, ଜଳାଇବା ତେଲ ସୁନା ରୁପା ଅଳଙ୍କାର ମୁଖ୍ଯତଃ ଭାବେ ଆଦି ଖରିଦିଥାନ୍ତି l ସାରା ଭାରତବର୍ଷରେ ଏହି ଧନତୋରସ ପାଳନ ହେବା ସହ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରର ଦୋକାନ ବଜାର ଓ ଘରେ ଘରେ ପ୍ରବଳ ଉତ୍ସାହ ପାଳନ କରିଥିଲେ l ଦୋକାନ ବଜାର ରଙ୍ଗୀନ ଆଲୋକମାଳାରେ ସଜେଇ ହେବା ସହ ଦୀପ ଜଳୁ ଥିବାର ପରିଲକ୍ଷିତ ହୋଇଥିଲା l ଲୋକେ ନିଜ ନଜିର ଘରକୁ ରଙ୍ଗୀନ ଆଲୋକ ରେ ସଜେଇଥିଲେ l ଦୋକାନ ବଜାରରେ ଲୋକେ ଝାଡୁ ପ୍ରବଳମାତ୍ରା ରେ କିଣୁଥିବାର ଦେଖାଯାଇଥିଲା l ତାସହିତ ସ୍ଥାନୀୟ ଲୋକେ ସୁନା ରୁପା ଅଳଙ୍କାର ଦୋକାନ ଓ ଦୀପ ଦୋକାନରେ ଲୋକମାନଙ୍କର ନାହିଁ ନ ଥିବା ଭିଡ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ