ଲକ୍ଷ୍ମୀପୂଜା ଅବସରରେ ଘଣ୍ଟପଡ଼ାର କ୍ଷିରୋଦ ସାହୁ ସମ୍ବର୍ଦ୍ଧିତ

ତାଳଚେର,(ୱାଇଏନଏସ): ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ବଣିକ ସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଲଡ଼ୁ ନିଲାମ ଉତ୍ସବରେ ଘଣ୍ଟପଡ଼ା ଗ୍ରାମର ବିଶିଷ୍ଟ ସାମାଜିକ କର୍ମୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଏହି ଉତ୍ସବରେ ଅନୁଗୋଳ ଜିଲ୍ଲା ସଂଯୁକ୍ତ ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ସଭ୍ୟା ରୀତା ରାଣୀ ଦାସ, ଜଗନ୍ନାଥ ଏରିଆ ମ୍ୟାଟେରିଆଲ୍ ମ୍ୟାନେଜର ପ୍ରଦୀପ କୁମାର ସାହୁ, ଷ୍ଟାଫ୍ ଅଫିସର ସୁଧାଂଶୁ ଶେଖର ବେହେରା, ପ୍ରଦୀପ୍ତ ସାହୁ, ଏରିଆ ଫାଇନାନ୍ସ ମ୍ୟାନେଜର, ବଲଣ୍ଡା ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସାହୁ ପଦ୍ମାବତୀପୁର ସରପଞ୍ଚ ମହର୍ଗା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଷିରୋଦ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମା’ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରି ସମ୍ମାନିତ କରିଥିଲେ। କମିଟିର ସାଧାରଣ ସମ୍ପାଦକ ଖଗେଶ୍ୱର ସାହୁ, ଉପସଭାପତି ଉଛବ ପ୍ରଧାନଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ସେହିପରି ଘଣ୍ଟପଡ଼ା ଗ୍ରାମର ଲକ୍ଷ୍ମୀ ନାରାୟଣୀ ପୂଜା ସମିତି, ଶ୍ରୀ ଲକ୍ଷ୍ମୀପୂଜା କମିଟି, ସିଦ୍ଧି ଲକ୍ଷ୍ମୀପୂଜା କମିଟି ଏବଂ ଶ୍ରୀ ଜଗନ୍ନାଥ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ମଧ୍ୟ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ତାଙ୍କର ସାମାଜିକ ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ଏଭଳି ସମ୍ମାନ ତାଙ୍କୁ ଅଧିକ ଉତ୍ସାହିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ