ବିଶିଷ୍ଟ ତେଲୁଗୁ ବ୍ରାହ୍ମଣ ପୁରୋହିତ ବିଶ୍ୱନାଥ ଶାସ୍ତ୍ରୀଙ୍କ ପରଲୋକ

ଗୁଣପୁର,(ୱାଇଏନଏସ): ଗୁଣପୁର ଅଞ୍ଚଳର ଜଣାଶୁଣା ତଥା ବିଶିଷ୍ଟ ତେଲୁଗୁ ବ୍ରାହ୍ମଣ ପୁରୋହିତ ଆର ବିଶ୍ୱନାଥ ଶାସ୍ତ୍ରୀଙ୍କ ପରଲୋକ ଘଟିଛି। ବୁଧବାର ଦିନ ସ୍ଥାନୀୟ ମାଠିଆ ସାହିସ୍ଥିତ ତାଙ୍କ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଗୁଣପୁର ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ୧୦ ମାର୍ଚ୍ଚ ୧୯୫୬ରେ ଗୁଣପୁରଠାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଶାସ୍ତ୍ରୀ ବିଶିଷ୍ଟ ତେଲୁଗୁ ବ୍ରାହ୍ମଣ ପୁରୋହିତ ରାମ୍ପା ରାମମୂର୍ତ୍ତି ଶର୍ମାଙ୍କ ପୁତ୍ର ଥିଲେ। ପାରିବାରିକ ପରମ୍ପରା ଓ ଧାର୍ମିକ ସଂସ୍କାରକୁ ଆଧାର କରି ସେ ପୁରୋହିତ କାର୍ଯ୍ୟକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ଦୀର୍ଘ ବର୍ଷର ପୁରୋହିତ ଜୀବନରେ ସେ ହଜାର ହଜାର ବିବାହ, ପୂଜାପାଠ, ଯଜ୍ଞ ଓ ବିଭିନ୍ନ ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରି ଅଞ୍ଚଳବାସୀଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସରଳ ଜୀବନଯାପନ, ଧାର୍ମିକ ଜ୍ଞାନ ଓ ପୁରୋହିତ କାର୍ଯ୍ୟ ପ୍ରତି ନିଷ୍ଠା ଯୋଗୁଁ ସେ ଗୁଣପୁର ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ପାଞ୍ଚ ଭାଇ ଓ ତିନି ଭଉଣୀ ଅଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଗୁଣପୁରସ୍ଥିତ ବଂଶଧାରା ନଦୀ କୂଳରେ ସମ୍ପନ୍ନ କରାଯାଇଥିଲା। ଜଣେ ଅଭିଜ୍ଞ ପୁରୋହିତଙ୍କ ବିୟୋଗରେ ଗୁଣପୁର ଅଞ୍ଚଳର ଧାର୍ମିକ ଓ ସାମାଜିକ ମହଲରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ