ସି.ପି.ଆଇ. ପକ୍ଷରୁ ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ
କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ), କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପଛକ ନିକଟ ନାର୍ମାଲ୍ୟ ମଣ୍ଡପରେ ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସରେ କ୍ଷମତା ଓ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ସଙ୍କଳ୍ପ ନେବା ଅବସରରେ ଏକ ଶ୍ରେଣୀ ବିହୀନ, ଜାତି ବିହୀନ, ଶୋଷଣ ବିହୀନ ସମାଜ ଗଠନ କରି ସାରା ବିଶ୍ୱରୁ କ୍ଷୁଧା, ନିର୍ଯ୍ୟାତନା ଲୋପ କରିଥିବା ମତଦାନକୁ ଉତ୍ସାହର ସହିତ ପାଳନ କରାଯାଇଥିଲା। ସାଥି ସୀତାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ସାଥି ଶିକ୍ଷକନେତା ସୁମନ୍ତ ଛୋଟରାଏ, ସାଥି ବଳରାମ ମିଶ୍ର, ବିଶିଷ୍ଟ ଅଭିନେତା ନାନା ପାଟକର, ବନ୍ୟା ବାତ୍ୟାରେ ପ୍ରାଣ ହରାଇଥିବା ସାଥିଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା ବିଗତ କାର୍ଯ୍ୟକ୍ରମର ବିବରଣୀ ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ରମଣୀରଞ୍ଜନ ରାଉତରାୟ ଯୋଗଦେଇ ସାରା ବିଶ୍ୱରେ କମ୍ୟୁନିଷ୍ଟମାନଙ୍କ ଭୂମିକା ଏବଂ ଭାରତରେ ଭୂସଂସ୍କାର ଆନ୍ଦୋଳନ ଠାରୁ ବ୍ୟାଙ୍କ ଜାତୀୟକରଣ କରିବା, ଓଡିଶାରେ ଶିକ୍ଷକମାନଙ୍କୁ ସିଧାସଳଖ ଦରମା ପ୍ରଦାନ ପର୍ଯ୍ୟନ୍ତ ଅତୀତର କଥାକୁ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଏମଏମଡିଆର ସଂଶୋଧନ ଆଇନ, ଆଜି ଡବଲ ଇଞ୍ଜିନ ସରକାର ପ୍ରତିବର୍ଷ ଓଡିଶା ୧୫ହଜାର କୋଟି ହରାଇବା ସହିତ ଓଡିଶାର ଖଣି, ପାଣି ଜମି ଓ ଜଙ୍ଗଲକୁ ଦୁଇ କମ୍ପାନୀକୁ ବିକ୍ରୀ କରିଥିବାରୁ ଦୁର୍ବାର ଲଢେଇ କରିବାକୁ ଡାକରା ଦେଇଥିଲେ। ଏସଆଇଆର ନାମରେ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ୧୫କୋଟି ଲୋକଙ୍କର ଭୋଟ କାଟିବାକୁ ଉଦ୍ୟମ କରିଥିଲେ, ସୋରିଷ ତେଲ ଲିଟର ୨୨୫ଟଙ୍କାକରି ଦରଦାମ ବଢାଇବାକୁ,ସମସ୍ତ ବୃଦ୍ଧ,ବୃଦ୍ଧା ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ସହସମ୍ପାଦକ ସାଥି ଆଦିକନ୍ଦ ରାଉଳ, ସାଥି ସୋହାନା ବେଗମ, ସାଥି ରଞ୍ଜନ ମଲିକ, ପୂର୍ବତନ ଜିଲ୍ଲା ସମ୍ପାଦକ ବାବାଜୀ ଧଳ, ରାଜନଗର, ପଟ୍ଟାମୁଣ୍ଡାଇ ଜୋନର ସମ୍ପାଦକ ସାଥି ଅଭୟ ନାୟକ, ସାଥି ଗଜେନ୍ଦ୍ର ନାୟକ, ସାଥି ପ୍ରଦୀପ ବେଉରା, ସାଥି ଆହ୍ୱାନ ରାଉତରାୟ ପ୍ରମୁଖ ଯୋଗଦେଇ ଆସନ୍ତା ଡିସେମ୍ବର ୨ତାରିଖରେ ଜେଲଭରୋ ଆନ୍ଦୋଳନ କରି ୫ଶହ ସାଥି କାରାବରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।


