ସଖୀବଟ ନୂତନ ଟ୍ରଷ୍ଟବୋର୍ଡର ଶପଥ ଗ୍ରହଣ ଉତ୍ସବ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ସଖୀବଟ ମହାପୁରୁଷ ପୀଠରେ ଆଜି ନୂତନ ଟ୍ରଷ୍ଟବୋର୍ଡ ଶପଥ ଗ୍ରହଣ କରିଛନ୍ତି। ଟ୍ରଷ୍ଟି ସୁବନୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟମାନେ ଶପଥ ପାଠ କରିଛନ୍ତି। ସେମାନେ ହେଉଛନ୍ତି ଦିଲ୍ଲିପ କୁମାର ସାହୁ, ପ୍ରତାପ କୁମାର ନାୟକ, ପ୍ରଭାତ ଜେନା, କ୍ଷୀରୋଦ ପଣ୍ଡା, ତୀର୍ଥବାସୀ ପଣ୍ଡା, ପତିତପାବନ ବିଶ୍ୱାଳ, ବୈଷ୍ଣବ ସ୍ୱାଇଁ, ବାବୁଲି ଖଟୁଆ, ଦୀନବନ୍ଧୁ ସ୍ୱାଇଁ, ସମୀର ବିଶ୍ୱାଳ, ବିଜୟ ସାହୁ ଓ ସନ୍ଦୀପ ବେହେରା ପ୍ରମୁଖ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ରଥ, ଉମାକାନ୍ତ ପତି, ଶ୍ରୀଚରଣ ସାମଲ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ସଖୀବଟ କ୍ଷେତ୍ରର ଉନ୍ନତି ନିମନ୍ତେ ସମସ୍ତେ ନିସ୍ୱାର୍ଥପର ଭାବରେ ସେବା କରିବା ସହିତ ଯାହାକୁ ଯାହା ଦାୟିତ୍ୱ ନ୍ୟସ୍ତ କରାଯିବ ତାହା ନିଷ୍ଠା ଏବଂ ଆଗ୍ରହର ସହିତ ସମ୍ପାଦନ କରିବାକୁ ସଭ୍ୟମାନେ ସଙ୍କଳ୍ପ ନେଇଥିଲେ।


