ମୁନିଗୁଡାରେ ପବିତ୍ର ରାମ କଥା ଓ ପ୍ରଵଚନ କାର୍ଯ୍ୟକ୍ରମ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପାଇକସାହିସ୍ଥିତ ଭଲି ବୋଲ ଖେଳ ପଡିଆ ପରିସରରେ ରାଧା ଦାମୋଦର ଭାଗବତ ପ୍ରଚାର କମିଟି ଓ ପୁରୁଷୋତ୍ତମ ଭାଗବତ ଟୁଙ୍ଗିର ମିଳିତ ଆୟୋଜନରେ ପବିତ୍ର ରାମ କଥା ଓ ପ୍ରଵଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃନ୍ଦାବନ ରାଧାକୁଣ୍ଡରୁ ପ୍ରବକ୍ତା ମୋଦନ ଗୋପାଳ ଦାସ ମହାରାଜ ପ୍ରବଚକ ଭାବେ ଯୋଗ ଦେଇ ପବିତ୍ର ରାମ କଥା ଓ ପ୍ରଵଚନ ଦେଉଛନ୍ତି। ପ୍ରଥମ ଦିନରେ ଉଭୟ କମିଟିର ସଦସ୍ୟ ମାନେ ସଂକୀର୍ତନ ମଣ୍ଡଳୀ ସହ ପ୍ରବଚକ ମୋଦନ ଗୋପାଳ ଦାସ ମହାରାଜଙ୍କୁ ପରିକ୍ରମା କରି ମଣ୍ଡପ ନିକଟକୁ ସ୍ୱାଗତ କରିଥିଲେ। ପରେ ତୁଳସୀ ଦାସଙ୍କ କୃତ ଶ୍ରୀରାମ ଚରିତ ମାନସ ଆଧାରରେ ସାବଲୀଳା ଢଙ୍ଗରେ କଥା ପରିବେଷଣ କରିବା ସହ ଶ୍ରୀରାମଙ୍କ ଜନ୍ମ ଓ ବାଲ୍ୟଲୀଳା ଠାରୁ ଆରମ୍ବ କରିଥିଲେ। ପବିତ୍ର କାର୍ତିକ ମାସ ହୋଇଥିବାରୁ ମୁନିଗୁଡାର ମୁନିଖୋଲ, ପାଇକସାହି, ଗୋତିଗୁଡା,ଗୌଡ଼ସାହି, ଖମଣସାହି,ଗୋବର୍ଦ୍ଧନ, ଗତିଗୁଡା, ଟିକରପଡା ସାହି ସହ ଆଖପାଖ ଗ୍ରାମ ତେଲେଙ୍ଗାପଦର,ଗଙ୍ଗରପଡା, ଭୈରବଗଡ଼, କୁଟ୍ରାଗଡ଼ ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଭକ୍ତ ମାନେ ପ୍ରଵଚନ ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି l ପ୍ରତେକ ଦିନ ସନ୍ଧ୍ୟାରେ ମଣ୍ଡପ ଠାରେ ପ୍ରବଚନ ସହ ଆଳତୀ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଦିନ ଉଦଯାପିତ ହେବ ବୋଲି କମିଟିର ସର୍ବଶ୍ରୀ ଜାମି ମହେଶ ଓ ରଜତ ମହାରଣା ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ମୁନିଗୁଡା ରାଧା ଦାମୋଦର ଭାଗବତ ପ୍ରଚାର କମିଟି ଓ ପୁରୁଷୋତ୍ତମ ଭାଗବତ ଟୁଙ୍ଗି ପରିବାରର ବଂଶୀଧର ନନ୍ଦ,ଅଜିତ ମହାରଣା, ରୁଦ୍ରପ୍ରସାଦ ରତ୍ନାଲୁ,ପ୍ରଭାକର ଲାବଲା, କ୍ଷିତୀଶ ସାହୁ,ଦିଲ୍ଲୀପ ସୁବୁଦ୍ଧି,ତରଣୀ ବେହେରା,ରତ୍ନାକର କିଲାକା,ସ୍ୱରାଜ ଲାବଲା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଓ ଗୀତା ଭବନର ମହିଳା ସଦସ୍ୟା ଓ ବିଜୁ ପଟ୍ଟନାୟକ ୟୁଥ କ୍ଳବର ସଦସ୍ୟ ମାନେ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


