ପଥରରେ ଛେଚି ଛେଚି ବୃଦ୍ଧଙ୍କୁ ହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଢେଙ୍କାସିନ୍ଧବା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି  l ଜଣେ ବୃଦ୍ଧଙ୍କୁ ବାରମ୍ବାର ପଥରରେ ଛେଚି ଛେଚି  ହତ୍ୟା କରାଯାଇଥିବା ସୂଚନା ମିଳିଛି. ତେବେ ଏହି ହତ୍ୟାକାଣ୍ଡ କାହିଁକି ଓ କିଏ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ 3 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଇଛନ୍ତି. ମୃତକ ଢେଙ୍କାସିନ୍ଧବା ଗ୍ରାମର 60 ବର୍ଷୀୟ ବଳରାମ ପେଟୁସିଂ ବୋଲି ସୂଚନା ମିଳିଛି l ହତ୍ୟାକାଣ୍ଡର ଖବର ପାଇ ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ଆଜି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l  ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳରାମ ଘରକୁ ଫେରି ନଥିଲେ l ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଗାଁ ଠାରୁ ପ୍ରାୟ 2 କିଲୋମିଟର ଦୂରରେ ଗୋଟିଏ ଗଛ ମୂଳରେ ବଳରାମଙ୍କ ମୃତଦେହ ପଡ଼ିଥିବା ଦେଖା ଯାଇଥିଲା l  ମୃତଦେହ ନିକଟରେ ଗୋଟିଏ ବଡ଼ ରକ୍ତାଲଗା ପଥର ପଡିଛି l ମୃତ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ମୁହଁଟି ସମ୍ପୂର୍ଣ୍ଣ କ୍ଷତାକ୍ତ ହୋଇଛି l ତେଣୁ ତାଙ୍କୁ କେହି ପଥରରେ ବାରମ୍ବାର ଛେଚି ହତ୍ୟା କରାଯାଇଥିବା ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଘଟଣା ନେଇ ଚନ୍ଦ୍ରଗିରି ଆଉଟଫୋର୍ସ ଅଧିକାରୀ ସୁନୀଲ କୁମାର ସେଠୀ କହିଛନ୍ତି ରଙ୍ଗାମାଟିଆ ଗ୍ରାମରୁ 2 ଜଣଙ୍କୁ ଏବଂ ଢେଙ୍କାସିନ୍ଧବା ଗ୍ରାମରୁ ଜଣଙ୍କୁ ପୋଲିସ ସନ୍ଦେହରେ ଆଣି ଅଟକ ରଖି ତଦନ୍ତ ଜାରି ରହିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ