ବ୍ରିଜ୍କୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ ଓ ୭ ଗୁରୁତର
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ବ୍ରିଜ୍କୁ ଧକ୍କା ଦେଲା ବୋଲେରୋ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ବରଗଡ଼ରୁ ତାରାତାରିଣୀ ମନ୍ଦିର ଅଭିମୁଖେ ଯାଉଥିବା ବୋଲେରୋ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ବ୍ରିଜ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କହିରି ମାହାଙ୍କୁରଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରମୋଦ ମାହାଙ୍କୁର (୪୪), ସୁଜାତା ପ୍ରଧାନ (୩୦), ବିନୋଦିନୀ ମାହାଙ୍କୁର, ଗୌରୀ ମାହାଙ୍କୁର, ଗୌତମ ମାହାଙ୍କୁର, ଜିଶୋର ମାହାଙ୍କୁର ଓ କୁମୁଦିନୀ ମାହାଙ୍କୁର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ କହିରି ମାହାଙ୍କୁର ଙ୍କୁ ମୃତ ଘୋଷଣା କରିଛନ୍ତି ଓ ଅନ୍ୟ କିଛି ଗୁରୁତ୍ତର କୁ ବ୍ରହ୍ମପୁର ଏମକେସିଜି
କୁ ସ୍ଥାନାନ୍ତର କରାଯାଇଛି ।


