ଆୟୁର୍ବେଦିକ ଚିକିତ୍ସକମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଫୋରେଷ୍ଟ ଅଫିସ ଟ୍ରେନିଙ୍ଗ ହୋଲ ପରିସରରେ ଓଡିଶା ସରକାରଙ୍କ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆୟୁର୍ବେଦିକ ଚିକିତ୍ସକ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବୀଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଦୁଖିନୀ ନୁଣ୍ଡ୍ରୁକା, ସମ୍ମାନିତ ଅତିଥିଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ, ଜଗନ୍ନାଥ ନୁଣ୍ଡ୍ରୁକା,ତାଲିମ ପ୍ରଶିକ୍ଷକ ଇପ୍ସିତ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ତାଲିମକୁ ଉଦଘାଟନ କରିଥିଲେ। ପ୍ରଥମେ ରେଞ୍ଜର ଶ୍ରୀ ଦାସ ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପରେ ଆୟୁର୍ବେଦର ଉପକାରିତା,ଓଡ଼ିଶାରେ ଚାଷ ହେଇ ପାରୁଥିବା କିଛି ଔଷଧୀୟ ଉଦ୍ଭିଦର କୃଷି ବୈଷୟିକ କୌଶଳ ଫସଳ ଅମଳ ଓ ଅମଳ ପରବର୍ତୀ ଯୋଜନା,ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ, ଜଳ ସେଚବ ପ୍ରଣାଳୀ, ଫସଲ ପ୍ରଣାଳୀ,ବିଭିନ୍ନ ଆୟୁର୍ବେଦିକ ନିମନ୍ତେ ଉର୍ନତ କୃଷି କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷକ ଭାବେ ଇପ୍ସିତ କୁମାର ପରିଡା ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୮୦ ଜଣ ଚିକିତ୍ସକ ଯୋଗେ ଦେଇଥିଲେ। ସମସ୍ତ ଚିକିତ୍ସକ ମାନଙ୍କୁ ବିଭାଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ମୁନିଗୁଡା ଫୋରେଷ୍ଟର ପ୍ରୋମଦିନୀ ମାଣ୍ଡାଙ୍ଗୀ, ନମିତା ବିଡିକା, ବିଷମକଟକ ଦୀନବନ୍ଧୁ ଶବର, ଚନ୍ଦ୍ରପୁର ରାକେଶ ପାତ୍ର,ଦୁର୍ଗୀ ଶୁଭସ୍ମିତା ନାୟକ, ଫୋରେଷ୍ଟ ଗାର୍ଡ ଭଗତରାଜ ରାଙ୍ଗୁଲି, କେ.ନବୀନ, ସୁରନ୍ତି ଓରାମ,ସୁଦର୍ଶନ ବିଶ୍ୱାଳ,ସୋନାଲି ସ୍ୱାଇଁ,ସୁଭାଷିନୀ ମୁଲି,କର୍ମଚାରୀ ହରଦିପ ଦାସଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।


