ଗଜପତି ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ଭାବେ ରାଧାକାନ୍ତ ରଥ ମନୋନୀତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧୀନସ୍ଥ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଗଜପତି ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ଭାବେ ରାଧାକାନ୍ତ ରଥଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଳିଛି। ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁଙ୍କ ଅନୁମୋଦନ କ୍ରମେ ତାଙ୍କର ଏହି ନିଯୁକ୍ତିକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି। ଏହି ନୂତନ ନିଯୁକ୍ତିକୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀ ରାଧାକାନ୍ତ ରଥଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ ଶେଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗଜପତି ଜିଲ୍ଲାରେ କିଷାନ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି।


