ସମ୍ଭାବ୍ୟ ବାତ୍ୟା “ଅକ୍‍ଭାନ୍‍” ମୁକାବିଲା ପାଇଁ ସମବାୟ ଚିନିଶିଳ୍ପ ପକ୍ଷରୁ ପ୍ରସ୍ତୁତି ଜୋର୍‍ଦାର

ଆସିକା  (ୱାଇଏନ୍‍ଏସ୍‍) : ସମ୍ଭାବ୍ୟ ବାତ୍ୟା “ଅକ୍‍ଭାନ୍‍” ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇବାରେ ଲାଗିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ “ଅକ୍‍ଭାନ୍‍”ର ପ୍ରଭାବରେ ବାତ୍ୟା ଓ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍କୁ ମୁକାବିଲା କରିବା ପାଇଁ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ନ ସାମୂଦ୍ରିକ ଝଡ “ଅକ୍‍ଭାନ୍‍”ର ମୁକାବିଲା ପାଇଁ ଜିରୋ କାଜୁଆଲଟି ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଉଥିବା ଦେଖିିବାକୁ ମିଳୁଛି । ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ପୂର୍ବ ଓ ପରବର୍ତ୍ତୀ ସମୟକୁ କିଭଳି ଭାବେ ସୁପରିଚାଳନା କରାଯିବ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅତୀତରେ ଆସିକା ଅଞ୍ଚଳରେ ବିଭିନ୍ନ ସମୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବରେ ବାତ୍ୟାରେ ଆସିକା ସମବାୟ ଚିନିଶିଳ୍ପର ପ୍ରଭୁତ କ୍ଷତି ଘଟିଥିବା ନଜିର୍‍ ରହିଛି । ତେଣୁ ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିକୁ ରଖି ମୁକାବିଲା ପାଇଁ ସମବାୟ ଚିନିଶିଳ୍ପ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ସାମୂଦ୍ରିକ ଝଡ ଅକ୍‍ଭାନ୍‍ର ପ୍ରଭାବରେ ଯଦି ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ପବନ ଓ ବର୍ଷା ହୁଏ ତେବେ ଆଖୁଫସଲ ବିଶେଷ ଭାବେ ନଷ୍ଟ ହେବା ସମ୍ଭାବନା ରହିଛି । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଆସନ୍ନ ବାତ୍ୟା ଓ ବର୍ଷାକୁ ନେଇ ଆସିକା ସମବାୟ ଚିନିଶିଳ୍ପର ସମସ୍ତ କର୍ମଚାରୀ ସଜାଗ୍‍ ହୋଇରହିବା ସହ ଆଖୁଫସଲର ସ୍ଥିତି ଓ ସୁରକ୍ଷା ଉପରେ ସମସ୍ତେ ଗୁରୁତ୍ୱ ଦେବା ସାଙ୍ଗକୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଶିଳ୍ପାନୁଷ୍ଠାନର ସୁରକ୍ଷାକୁ ସମବାୟ ଚିନିଶିଳ୍ପ ସର୍ବାଧିକ ପ୍ରାଥମିକତା ଦେବା ସହ ସମ୍ଭାବ୍ୟ ବାତ୍ୟା ପାଇଁ ହାଇଆଲର୍ଟରେ ରହିଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ପାଇଁ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ସମୟରେ ଚିନିଶିଳ୍ପର ମୂଲ୍ୟବାନ୍‍ ଯନ୍ତ୍ରାଂଶର ସୁରକ୍ଷା ସାଙ୍ଗକୁ ଉତ୍ପାଦିତ ଚିନି ଓ ବୋତଲ୍‍ ମଦକୁ ସୁରକ୍ଷିତ ରଖିବା, ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଡିଜେଲ୍‍ ଓ ଜେରେଟର୍‍ ମହଜୁଦ୍‍ ରଖିବା, ପାନୀୟ ଜଳଯୋଗାଣର ସୁବନ୍ଦୋବସ୍ତ କରିବା, ଅସୁରକ୍ଷିତ ଘରେ ରହୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ନିରାପତ୍ତା ବିଭାଗ ଏବଂ ସିଭିଲ୍‍ ବିଭାଗ ଓ ବିଦ୍ୟୁତ ବିଭାଗର ମିଳିତ ସହଯୋଗରେ ଜରୁରୀକାଳୀନ ଟିମ୍‍ ଗଠନ କରି ସେବା ଯୋଗାଇଦେବା ସମେତ ବିଭିନ୍ନ ବିଷୟକୁ ସର୍ବାଧିକ ଗୁରୁତ୍ୱ ତଥା ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି । ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ବିଭିନ୍ନ ଅଞ୍ଚଳରେ ଲାଗିଥିବା ଆଖୁଫସଲ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ମଧ୍ୟ ଜଣାପଡିଛି । ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳ ଗତ ଅକ୍ଟୋବର ମାସ ୨୯ ତାରିଖରେ ଛାରଖାର୍‍ ହୋଇଯାଇଥିଲା ବେଳେ ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶହ ଶହ ବିପନ୍ନ ପରିବାରବର୍ଗଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ