ସମ୍ଭାବ୍ୟ ବାତ୍ୟା “ଅକ୍‍ଭାନ୍‍” ର ମୁକାବିଲା ପାଇଁ ଆସିକାରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା

ଆସିକା (ୱାଇଏନ୍‍ଏସ୍‍): ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ଓ ସଫଳ ପରିଚାଳନା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ପାଇଁ ନିରବିଚ୍ଛିନ୍ନ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯିବା ସାଙ୍ଗକୁ ପ୍ରାଥମିକ ଚିକିତ୍ସାର ଔଷଧ, କୁକୁର ଓ ସାପ କାମୁଡା ଇଞ୍ଜେକ୍ସନ, ହେଲୋଜିନ୍‍ ବଟିକା, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦୁଇଟି ଆମ୍ବୁଲାନ୍ସ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଗୁରୁତର ରୋଗୀଙ୍କୁ ତ୍ୱରିତ୍‍ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା, ମୋବାଇଲ୍‍ ହେଲ୍‍ଥ ୟୁନିଟ୍‍ ମାଧ୍ୟମରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା, ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ଏବଂ ଭେକ୍ଟର ଜନିତ ରୋଗ ଉପରେ ନିରନ୍ତର ନଜର ରଖିବା ସାଙ୍ଗକୁ ଆବଶ୍ୟକସ୍ଥଳରେ ତ୍ୱରିତ୍‍ ଚିକିତ୍ସାସେବା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ତଥା ଅଧ୍ୟୀକ୍ଷକ ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଆଦିତ୍ୟ ଦାଶ, ଡାକ୍ତର ଗୋପାଳ ପାତ୍ର, ଡାକ୍ତର ସୌମ୍ୟାଶ୍ରୀ ସାହୁ, ଡାକ୍ତର ନିଶିକାନ୍ତ ପଣ୍ଡା, ଡାକ୍ତର ପି.ଶ୍ୟାମସୁନ୍ଦର, ଡାକ୍ତର ସତୀଶ୍‍ ପାତ୍ର, ଫାର୍ମାସୀ ଅଫିସର ମନୋଜ କୁମାର ପାଢୀ ଏବଂ ଜ୍ୟୋତି ବ୍ରହ୍ମା, ବରିଷ୍ଠ କିରାଣୀ ରଂଜନ କୁମାର ସ୍ୱାଇଁ, ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରମାକାନ୍ତ ସାହୁ, ଦୀପକ କୁମାର ସାହୁ, ଦୀପକ କୁମାର ରାଉତ, ସୁନିଲ୍‍ ଘଡେଇ, ଅମିତ୍‍ କୁମାର ଦାଶ, ପ୍ରମୋଦ କୁମାର ପାଢୀ, ହୃଷିକେଶ ଦାଶ, ନର୍ସିଂ ଅଫିସର ପ୍ରଭାତୀ ବେହେରା, ମିତାଲୀ ମହାନ୍ତି, ସସ୍ମିତା ନାୟକ, ସସ୍ମିତା ପାଣି, ରିଙ୍କି ବିଷୋୟୀ, ସରସ୍ୱତୀ ରାଓଙ୍କ ସମେତ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ସାମୂଦ୍ରିକ ଅର୍ଣ୍ଣବ ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅକଳ୍ପନୀୟ ଏବଂ ଅବର୍ଣ୍ଣନୀୟ କ୍ଷୟକ୍ଷତି ହୋଇଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ମାର୍ଗଦର୍ଶନ ସାଙ୍ଗକୁ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରଚେଷ୍ଟାରେ ମାତ୍ର ସ୍ୱଳ୍ପ ଦିନ ମଧ୍ୟରେ ରୋଗୀସେବା ବିଶେଷ ଭାବେ ସ୍ୱାଭାବିକ ଅବସ୍ଥାକୁ ଫେରିବାରେ ସକ୍ଷମ ହୋଇପାରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ