ବିଜେଡି ଜିଲ୍ଲା ସାଙ୍ଗଠନିକ ଦାୟିତ୍ୱରେ ଆସିକାର ବରିଷ୍ଠ ଓ ଅଭିଜ୍ଞ ନେତା
ଆସିକା(ୱାଇଏନ୍ଏସ୍): ଆଗକୁ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ବିଜୁ ଜନତା ଦଳର ମିଶନ୍ ୨୦୨୭ ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ପୁଣି ଅଭୁତପୂର୍ବ ସଫଳତା ହାସଲ । ଗ୍ରାସ ରୁଟ୍ରୁ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଲାଗି ଦଳ ପକ୍ଷରୁ ବିଗତ କିଛି ମାସ ହେଲା ଦଳର ଅଭିଜ୍ଞ ଓ ବରିଷ୍ଠ ଓ ଯୁବ ନେତୃତ୍ୱଙ୍କ ସମେତ ନୁଆଁ ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇ ଗଡ ରକ୍ଷା କରିବା ଲାଗି ଅଣ୍ଟା ଭିଡୁଛି ବିଜୁ ଜନତା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ସାଙ୍ଗଠନିକ ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ନୂତନ କମିଟିରେ ୨୦ ଜଣ ଉପସଭାପତି ଓ ୧୭ ଜଣ ସାଧାରଣ ସଂପାଦକ ଏବଂ ୧୧ ଜଣ ସଂପାଦକଙ୍କୁ ସ୍ଥାନ ଦିଆଯାଇଥିବା ନେଇ ଦଳ ପକ୍ଷରୁ ମିଳିଥିବା ଏକ ପ୍ରେସ୍ ବାର୍ତ୍ତାରୁ ଜଣାପଡିଛି । ବିଜୁ ଜନତା ଦଳର ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାର ନୂତନ କମିଟି ଘୋଷଣା କରାଯାଇଛି । ଏହି ନୂତନ କମିଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉପସଭାପତି ରୂପେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ ନିଯୁକ୍ତି ପାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଅନ୍ୟତମ ଉପସଭାପତି ରୂପେ ନିଯୁକ୍ତି ପାଇଥିବା ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ ଦଳର ସୁସଂଗଠକ ହୋଇଥିବା ବେଳେ ଅତୀତରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପି ଜଣେ ସୁଦକ୍ଷ କ୍ରୀଡାବିତ୍ ଓ ଯୋଗପ୍ରେମୀ ଏବଂ ଆଧ୍ୟାତ୍ମିକପ୍ରେମୀ ରୂପେ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ନଜିର୍ ରହିଛି । ସେହିପରି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସଂପାଦକ ରୂପେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ନେତା ତଥା କେନ୍ଦୁପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଭବାନୀ ଶଙ୍କର ମଲିକ ଏବଂ ଦେବଭୂମୀ ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ ଏବଂ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଅନ୍ୟତମ ସଂପାଦକ ରୂପେ ନିଯୁକ୍ତି ପାଇଥିବା ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିର୍ଦ୍ଦେଶକ ରବିନ୍ଦ୍ର ସାମଲଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।


