ଆସିକାରେ ବଟଉସ୍ତ ବୃକ୍ଷ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧିନସ୍ଥ ହାଟପଦା ଛକ ସ୍ଥିତ ପ୍ରଧାନ ଡାକଘର ଏବଂ ରୋମାନ୍‍ କ୍ୟାଥୋଲିକ୍‍ ଚର୍ଚ୍ଚକୁ ସଂଯୋଗ କରୁଥିବା ଖମ୍ବେଶ୍ୱରୀ ପାଟଣା ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦୀର୍ଘ ବର୍ଷ ତଳେ ପରିବେଶବିତ୍‍ ସ୍ୱର୍ଗତ ଭାଗବତ ପ୍ରଧାନଙ୍କ ଦ୍ୱାରା ରୋପାଣ କରାଯାଇଥିବା ୧୦ଟି ବଟଉସ୍ତ ବୃକ୍ଷ ବିଶାଳ ଗଛରେ ପରିଣତ ହୋଇଥିଲା ବେଳେ ଶହ ଶହ ଜନତାଙ୍କୁ ଛାୟା ଓ ଆଶ୍ରୟ ପ୍ରଦାନ କରିଆସୁଥିବା ଦେଖିବାକୁ ମିଳୁଛି । ବଟଉସ୍ତ ବୃକ୍ଷକୁ ପୂଜାର୍ଚ୍ଚନା କଲେ ପରିବାରରେ ସୁଖଶାନ୍ତି, ଦୀର୍ଘାୟୁ, ନିରାମୟ ଜୀବନ କାମନା, ଉତ୍ତମ ସ୍ୱାସ୍ଥ୍ୟ, ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବାର ଲୋକକଥା ପ୍ରଚଳିତ ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ବଟଉସ୍ତ ବୃକ୍ଷଗୁଡିକୁ ପୂଜାର୍ଚ୍ଚନା କରିଆସୁଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ବଟଉସ୍ତ ଗଛ ଗୁଡିକ ପ୍ରଚୁର ପରିମାଣରେ ଅମ୍ଳଜାନ୍‍ ଦେବା ସାଙ୍ଗକୁ ପରିବେଶକୁ ସନ୍ତୁଳନ ରଖିବାରେ ଯଥେଷ୍ଟ ସହାୟକ ହୋଇଥାନ୍ତି । କାର୍ତ୍ତିକ ମାସ ଚତୁର୍ଥ ସୋମବାର ଅବସରରେ ମାହେନ୍ଦ୍ର ବେଳାରେ ଲାଲାଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ ମୀନକେତନ ଶତପଥୀଙ୍କ ମନ୍ତ୍ରୋଚାରଣରେ ଏକ ଆଧ୍ୟାତ୍ମିକମୟ ତଥା ଭକ୍ତିମୟ ପରିବେଶ ମଧ୍ୟରେ ୧୦ଟି ବଟଉସ୍ତ ବୃକ୍ଷର ସଂସ୍କାର ଓ ପ୍ରତିଷ୍ଠା ଉପଲକ୍ଷେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ମାହେନ୍ଦ୍ର ବେଳାରେ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକପ୍ରେମୀ ସୁଶାନ୍ତ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଇତିଶ୍ରୀ ସାହୁ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ କର୍ତ୍ତା ରୂପେ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଶତାଧୀକ ବ୍ୟକ୍ତି ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ପବିତ୍ର ଓ ଦିବ୍ୟ ବୃକ୍ଷ ରୂପେ ପରିଚିତ ଥିବା ୧୦ଟି ବଟଉସ୍ତ ଗଛର ସଂସ୍କାର ଓ ପ୍ରତିଷ୍ଠା ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବା ଦିଗରେ ଶ୍ରାଦ୍ଧାଳୁ ଭକ୍ତ ସୁଶାନ୍ତ କୁମାର ସାହୁ, ଏମ୍‍.ତାରିଣୀ ସେନାପତି, ଟୁଟୁ ରେଡି, ଧୋବା ପ୍ରଧାନ, ଜିନୁବାବୁ ରେଡି, ଶିବରାମ ବାରିକ, କାଳିଆ ଦୋରା, ଟୁନା ଗୌଡଙ୍କ ସମେତ ବହୁ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ