ଦୃଷ୍ଟିବାଧିତ ପହଲା, ମନୀଷା ବାଙ୍ଗାଲୋର ଯାତ୍ରା

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ଆଗାମୀ ୨୧ ଓ ୨୨ ନଭେମ୍ବର ୨୦୨୬ ତାରିଖରେ ବାଙ୍ଗାଲୋର ଠାରେ ଆନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ତାଲିମ ତଥା କର୍ମଶାଳାରେ ଯୋଗଦେବାପାଇଁ ଯାତ୍ରା କରିଛନ୍ତି।
‘ଭିଭିଧା’ ଏବଂ ‘ଭିଜନ ଏମ୍ପାୱାର ଟ୍ରଷ୍ଟ’ ର ମିଳିତ ଆନୁକୂଲ୍ୟରେ “କ୍ୟୁରିଅସ୍ ମାଇଣ୍ଡ” ଶୀର୍ଷକ ଏହି STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) କର୍ମଶାଳା ଅନୁଷ୍ଠିତ ହେଉଛି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଗଣିତ ଓ ବିଜ୍ଞାନ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା STEM ପ୍ରଦର୍ଶନୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗୌରାଙ୍ଗ ଚରଣ ପ୍ରଧାନଙ୍କ ସମେତ ନବମ ଶ୍ରେଣୀର ଛାତ୍ରୀ ମନୀଷା ଟୁଡୁ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ର ପହଲା ମୁର୍ମୁଙ୍କୁ ମନୋନୀତ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଏହି ସଫଳତା ଏବଂ ଜାତୀୟ ସ୍ତରୀୟ କର୍ମଶାଳାରେ ଅଂଶଗ୍ରହଣକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆଶୀର୍ବାଦ ଓ ଖୁସି ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ